Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ବିସ୍ପୋରକ ବ୍ୟାଟିଂ : ୫୫ ବଲରେ ୧୫୮ ରନ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ମାତ୍ର ୫୫ ବଲରେ ୧୫୮ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ଟିମରେ ନେବା ପାଇଁ ପରୋକ୍ଷରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଡିୱାଇ ପାଟିଲ ଟି୨୦ ସେମିଫାଇନାଲ ମୁକାବିଲାରେ ପାଣ୍ଡ୍ୟାଙ୍କର ଏଭଳି ଦୁର୍ଦ୍ଦଶ ବ୍ୟାଟିଂ ଦେଖିବାକୁ ମିଳିଛି । ପାଣ୍ଡ୍ୟାଙ୍କ ଶତକୀୟ ଇନିଂସ ବଳରେ ରିଲାଏନ୍ସ ୱାନ ଫାଇନାଲରେ ପ୍ରବେଶ କରିଛି  ।

ପାଣ୍ଡ୍ୟାଙ୍କ ଏହି ୧୫୮ ରନର ଇନିଂସରେ ୬ଟି ଚୌକା ରହିଥିବା ବେଳେ ୨୦ଟି  ଛକା ସାମିଲ ଥିଲା । ପାଣ୍ଡ୍ୟାଙ୍କ ଇନିଂସ ବଳରେ ରିଲାଏନ୍ସ ୱାନ୍ ଟିମ୍ ନିର୍ଦ୍ଧାରିତ୨୦ ଓଭରରେ ୪ ୱିକେଟ ହରାଇ ୨୩୮ ରନର ବିଶାଳ ସ୍କୋର କରିଥିଲା । ଏହି ମ୍ୟାଚରେ ପ୍ୟାଣ୍ଡାଙ୍କୁ ଭରପୂର ସାଥ୍ ଦେଇଥିଲେ ସୌରଭ ତିୱାରୀ । ଉଭୟଙ୍କ ମଧ୍ୟରେ ୧୦୬ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜବାବରେ ବିପିସିଏଲ ୧୩୪ ରନ କରି ଅଲଆଉଟ ହୋଇଯିବା ଫଳରେ ୧୦୪ ରନରେ ରିଲାଏନ୍ସ ୱାନ୍ପ ପରାଜୟବରଣ କରିଥିଲା । ମଙ୍ଗଳବାର ସିଏଜି ଟିମ ବିପକ୍ଷରେ ୩୯ ବଲରୁ ୧୦୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ପାଣ୍ଡ୍ୟା । ଏହାସହ ଉକ୍ତ ମ୍ୟାଚରେ ୫ୱିକେଟ ନେଇ ଦଳକୁ ୧୦୧ରନରେ ବିଜୟୀ କରାଇଥିଲେ ।

Leave A Reply

Your email address will not be published.