Latest Odisha News

BREAKING NEWS

ଭାରତୀୟ ସଂସ୍କୃତିରେ ଦୋଳ ପୂର୍ଣ୍ଣିମା: କେଉଁଠି କିପରି ହୁଏ ହୋଲି ଖେଳ ଜାଣନ୍ତୁ

ନୂଆଦିଲ୍ଲୀ: ହୋଲି ହେଉଛି ରଙ୍ଗର ପର୍ବ । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ହୋଲି ପର୍ବ ଅଛି । ଏହି ଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାନ୍ତି ଓ ଶୁଭେଚ୍ଛା ଜଣାନ୍ତିି । ସାଧାରଣତଃ ରଙ୍ଗ ଲଗାଇ ଓ ଶୁଭେଚ୍ଛା ଜଣାଇ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଭାରତର କିଛି ସ୍ଥାନରେ ହୋଲି ଖେଳିବାର ଭିନ୍ନ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଆସନ୍ତୁ ଜାଣିବା

ମଧ୍ୟ ପ୍ରଦେଶର ଭିଲ ଆଦିବାସୀ ଯୁବକ ଯୁବତୀଙ୍କୁ ହୋଲି ଦିନ ନିଜ ଜୀବନସାଥୀ ଚୟନ କରିବାର ସୁଯୋଗ ମିଳିଥାଏ । ହୋଲି ଦିନ ବଜାର ବସେ । ପୁଅ ଓ ଝିଅମାନେ ମିଳିମିଶି ନାଚ ଗୀତ କରନ୍ତି । ଏହି ସମୟରେ ପୁଅମାନେ ଝିଅଙ୍କୁ ରଙ୍ଗ ଲଗାନ୍ତି । ଯଦି ଝିଅ ବି ସେହି ପୁଅକୁ ରଙ୍ଗ ଲଗାଉଛି, ତେବେ ଉଭୟେ ତାଙ୍କ ସହମତିରେ ବିବାହ କରନ୍ତି ।

ରାଜସ୍ଥାନରେ ବାଂସୱାଡାରେ ରହୁଥିବା ଜନଜାତି ହୋଲି ଅବସରରେ ହୋଲିକା ଦହନ କରନ୍ତି ଓ ପାଉଁଶରେ ଚାଲନ୍ତି । ସେମାନେ ପାଉଁଶ ଭିତରୁ ଜ୍ୱଳନ୍ତ ଅଙ୍ଗାରକୁ କାଢ଼ି ପରସ୍ପରକୁ ଫିଙ୍ଗା ଫିଙ୍ଗି କରନ୍ତି । ହୋଲି ଖେଳରେ ରକ୍ତ ବାହାରିଲେ ବ୍ୟକ୍ତିର ଆଗାମୀ ଭବିଷ୍ୟତ ସୁଖମୟ ହୋଇଥାଏ ବୋଲି ମାନ୍ୟତା ରହିଛି ।

ଜ୍ୱଳନ୍ତ କୋଇଲା ଫିଙ୍ଗା ଫିଙ୍ଗି କରିବାର ପରମ୍ପରା ମଧ୍ୟ ପ୍ରଦେଶର ମାଲୱା ଓ କର୍ଣ୍ଣାଟକର କିଛି ଅଂଚଳରେ ଅଛି । ସେମାନେ ପରସ୍ପରକୁ ଜ୍ୱଳନ୍ତ କୋଇଲା ଫିଙ୍ଗନ୍ତି । ଏହାଦ୍ୱାରା ହୋଲିକା ରାକ୍ଷସୀର ମୃତୁ୍ୟ ହେଉଥିବା ବିଶ୍ୱାସ କରନ୍ତି ।

ବରସାନେ ଗ୍ରାମର ଲଠମାର ହୋଲି ସାରା ଦୁନିଆରେ ପ୍ରଚଳିତ । ଏଥିରେ ନନ୍ଦଗ୍ରାମର ପୁରୁଷମାନେ ବରସାନେ ଗ୍ରାମକୁ ଯାଆନ୍ତି, ଯେଉଁଠି ମହିଳାମାନେ ତାଙ୍କ ଲାଠି ମାଡ କରନ୍ତି । ଲଠମାର ହୋଲିରେ ଯଦି ପୁରୁଷମାନେ ମହିଳାଙ୍କ ହାତରେ ଧରାପଡୁଛନ୍ତି, ତେବେ ପୁରୁଷଙ୍କୁ ମହିଳାଙ୍କ ବସ୍ତ୍ର ପିନ୍ଧି ନାଚିବାକୁ ମଧ୍ୟ ପଡେ । ପୌରାଣିକ ଶାସ୍ତ୍ର ଅନୁସାରେ ବରସାନେକୁ ରାଧାଙ୍କ ଗାଁ ଉଲ୍ଲେଖ ଅଛି ।

Leave A Reply

Your email address will not be published.