ପୁରୀ : ହରିହର ବେଶରେ ସୁସଜ୍ଜିତ ବଡ଼ଠାକୁର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି | ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ । ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି ବଡ଼ଠାକୁର। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଏବଂ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତଗଣ ଆତ୍ମତୃପି ଲାଭ କରିଛନ୍ତି |
BREAKING NEWS
- Bjd: ନିଲମ୍ବିତ ୨ ବିଧାୟକଙ୍କୁ ବିଜେଡିର ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…
- କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ
- Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬ ଅଭିଯୁକ୍ତ ଗିରଫ
- BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
- ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ
- ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
- ବାଲି ମାଫିଆଙ୍କୁ ବଡ ଝଟକା; ୮ଟି ବାଲି ବୋଝେଇ ହାଇୱା ଜବତ
- Fake Police Arrested: ନକଲି ପୋଲିସ ସାଜି ଲୋକଙ୍କୁ କରୁଥିଲା ଆତଙ୍କିତ, ବାନ୍ଧିଲା ଅସଲି ପୋଲିସ
- ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ
- Kalbaisakhi:କାଳବୈଶାଖୀ ତାଣ୍ଡବ:ଉଡ଼ିଲା ଅଟୋ,ଭାଙ୍ଗିଲା ଘର, ୨ ମୃତ,୨୦ରୁ ଊର୍ଦ୍ଧ୍ବ ଆହତ
Comments are closed.