Latest Odisha News

BREAKING NEWS

ଗୁଜରାଟ ଝୁଲାପୋଲ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି

ଧବଳେଶ୍ବର ଝୁଲା ପୋଲ ପାଇଁ ଲାଗିଲା କଟକଣା, କେବେ ସରିବ ବ୍ରିଜ ନିର୍ମାଣ କାର୍ଯ୍ୟ?

ମୋରବୀ : ଗତକାଲି ସନ୍ଧ୍ୟାରେ ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଝୁଲାପୋଲ ଭାଙ୍ଗିବା ଘଟଣାରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି । କିଛି ଲୋକଙ୍କ ଚିକିତ୍ସା ଚାଲିଥିବାରୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି । ପ୍ରାୟ ୧୭୭ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ୧୯ଜଣ ଚିକିତ୍ସାଧୀନ ଅଛନ୍ତି। ସେନା, ନୌସେନା, ବାୟୁସେନା, ‘ଏନ୍‌ଡିଆର୍‌ଏଫ୍‌’ ଏବଂ ଅଗ୍ନିଶମ ବାହିନୀ ତଲାସ ଅଭିଯାନ ଚଳାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଝୁଲାପୋଲ ମରାମତି ହୋଇ ଲୋକଙ୍କ ପାଇଁ ଖୋଲାଯିବାର ପାଞ୍ଚ ଦିନ ପରେ ଏପରି ଦୁର୍ଘଟଣା ଘଟିଛି ।

ଝୁଲାପୋଲ ଉପରେ ଚାରି ଶହ ରୁ ଅଧିକ ଲୋକ ଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି । ଆଜି ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଏଠାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିବା ସହ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି ।  ପୋଲିସର ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବା ପରେ କିଛି କୁହାଯାଇପାରିବ । ତେବେ ବ୍ରିଜ ମ୍ୟାନେଜମେଂଟ କଂପାନି ବିରୋଧରେ ପ୍ରାଥମିକ ମାମଲା ଦାୟର ହୋଇଥିବା ଜଣାପଡିଛି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ସେତୁ ପ୍ରାୟ ୧୦୦ ବର୍ଷ ପୁରୁଣା ହୋଇଥିବେ ଏବେ ଏହାର ମରାମତି କରାଯାଇଥିଲା ।

ଗୁଜରାଟ ଘଟଣାକୁ ନେଇ ଓଡ଼ିଶାର କଟକ ଆଠଗଡ ଧବଳେଶ୍ବର ମନ୍ଦିର ନିକଟରେ ଥିବା ଝୁଲାପୋଲକୁ ନେଇ ଚର୍ଚା ଜୋରଧରିଛି । ଲକ୍ଷାଧିକ ଶ୍ରଦ୍ଧାଳୁ ବାବା ଧବଳେଶ୍ବରଙ୍କ ଦର୍ଶନ ପାଇଁ ଝୁଲାପୋଲ ଦେଇ ଯାଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଏବେ କାର୍ତ୍ତିକ ମାସ ଚାଲିଥିବାରୁ ହଜାର ହଜାର ଲୋକ ଭିଡ ଜମାଇ ଯାଉଛନ୍ତି ଏହି ଝୁଲାପୋଲରେ  ।

ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲରେ ଲାଗିଛି କଟକଣା, ଧବଳେଶ୍ୱର ଝୁଲାପୋଲ କ୍ଷମତା କମିଥିବାରୁ ଏଥିରେ ଶ୍ରଦ୍ଧାଳୁଙ୍କ ଭିଡ କମାଇବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପ ଜିଲ୍ଲାପାଳ ।  ଏକାସଙ୍ଗରେ ଧବଳେଶ୍ୱର ଝୁଲା ପୋଲରେ କେବଳ ୨୦୦ ଯାତ୍ରୀଙ୍କୁ ଅନୁମତି ଦିଆଯିବାକୁ ନିଷ୍ପତ୍ତି ହୋଇଛି । ତେବେ ସୁରକ୍ଷା ବ୍ୟବସ୍ଥା କମ ଥିବାରୁ କିଭଳି ଲୋକଙ୍କୁ ଛଡାଯିବ ତାହାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ରହିଛି । ସୂଚନା ଅନୁସାରେ ହଜାର ହଜାର ଲୋକଙ୍କ ଧାଡି ଲାଗିଛି ଝୁଲାପୋଲ ନିକଟରେ  । ଏହି ଝୁଲାପୋଲ ବିପଦ ଥିବା ନେଇ ବାରମ୍ବାର ଅଭିଯୋଗ ପରେ ବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ତେବେ ଏହି ବ୍ରିଜ ମଧ୍ୟ ଅଧା କାମ ହୋଇ ପଡିରହିଛି । ଲୋକଙ୍କ ସୁରକ୍ଷା ପାଇଁ ଏହି ବ୍ରିଜ କାମ ସଂପୂର୍ଣ୍ଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.