ନୂଆଦିଲ୍ଲୀ: ହାର୍ଲି ଡେଭିଡସନ୍ ଭଳି ଆମେରିକୀୟ ବାଇକ୍ ଏବେ ଭାରତରେ ଶସ୍ତା ହେବ। ୨୦୨୫ ମସିହାର କେନ୍ଦ୍ରୀୟ ବଜେଟରେ ଉଚ୍ଚ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ଆମଦାନୀ ଶୁଳ୍କ (କଷ୍ଟମ ଡ୍ୟୁଟି) ହ୍ରାସ କରିବାକୁ ଘୋଷଣା କରାଯାଇଛି।
ଚଳିତ ୨୦୨୫ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଥିଲେ।
ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ୧୬୦୦ ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ ବାଇକର ୟୁନିଟ୍ ଉପରେ ଆମଦାନୀ ଶୁଳ୍କ ୫୦%ରୁ ୪୦%କୁ ହ୍ରାସ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାର୍ଲି-ଡେଭିଡସନ ଶୁଳ୍କ ବହୁ ବର୍ଷ ଧରି ଭାରତ ଏବଂ ଆମେରିକା ମଧ୍ୟରେ ବିବାଦର ବିଷୟ ହୋଇଆସିଛି। ଯଦିଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ କମ୍ କରିବାକୁ ନିରନ୍ତର ଚେଷ୍ଟା କରିଆସିଛନ୍ତି।
Comments are closed.