Latest Odisha News

BREAKING NEWS

ଭାରତୀୟ ରେଳବାଇ ଆଣିଲା ‘ସ୍ୱରେଲ’ ଆପ୍, ଏହି ଆପରେ ମିଳିବ ସମସ୍ତ ସୁବିଧା

ନୂଆଦିଲ୍ଲୀ:ଆମ ଦେଶରେ ଲକ୍ଷଲକ୍ଷ ଲୋକ ଭାରତୀୟ ରେଳର ସୁବିଧା ପାଉଛନ୍ତି। ରେଳବାଇର ବିଭିନ୍ନ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିଭିନ୍ନ ଆପ୍ ବ୍ୟବହାର କରିବାକୁ ପଡିଥାଏ । କିନ୍ତୁ ଏବେ ଆପଣ ଗୋଟିଏ ଆପରେ ରେଳ ସମ୍ବନ୍ଧୀୟ ସମସ୍ତ ସୂଚନା ଏବଂ ସେବା ପାଇବାକୁ ସକ୍ଷମ ହେବେ ।

ତେବେ ଏହି ସୁପର ଆପ୍ ର ନାମ ‘ସ୍ୱରେଲ’ ରଖାଯାଇଛି । ବର୍ତ୍ତମାନ ଟେଷ୍ଟିଙ୍ଗ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହା ଉପଲବ୍ଧ କରାଯାଇଛି । ପ୍ରାରମ୍ଭରେ କେବଳ ୧୦୦୦ ଲୋକ ଏହାକୁ ଡାଉନଲୋଡ୍ କରିପାରିବେ । ଏହାପରେ ଫିଡବ୍ୟାକ୍ ଉପରେ ଆଧାର କରି ଏହା ୧୦,୦୦୦ ଲୋକଙ୍କ ପାଇଁ ଉପଲବ୍ଧ ହେବ । ଏହାପରେ ଆବଶ୍ୟକୀୟ ଉନ୍ନତି ପରେ ଏହି ଆପ୍ ଲଞ୍ଚ ହେବ, ଯାହା ପରେ ସମସ୍ତେ ଏହାକୁ ଡାଉନଲୋଡ୍ କରିପାରିବେ ।

ସେଣ୍ଟର ଫର ରେଲୱେ ଇନଫରମେସନ୍ ସିଷ୍ଟମ୍ (CRIS) ଦ୍ୱାରା ବିକଶିତ କରାଯାଇଛି ଏହି ଆପ୍ । ଏଥିରେ ସମସ୍ତ ପ୍ରକାର ଟିକେଟ୍ ବୁକିଂ, ପାର୍ସଲ୍ , ଟ୍ରେନ୍ ଏବଂ PNR ସ୍ଥିତି ଅନୁସନ୍ଧାନ, ଖାଦ୍ୟ ଅର୍ଡର ସହ ଅଭିଯୋଗ ପାଇଁ ରେଳ ସହାୟତା ଭଳି ସେବା ଯୋଗାଇବ । ଯାତ୍ରୀମାନଙ୍କ ସୁବିଧା ପାଇଁ ଏହା ଡିଜାଇନ୍ କରାଯାଇଛି । ଥରେ ସାଇନ୍ ଇନ୍ ହୋଇଗଲାପରେ ୟୁଜରମାନେ ବାୟୋମେଟ୍ରିକ ମାଧ୍ୟମରେ ମଧ୍ୟ ଏହାକୁ ଆକ୍ସେସ କରିପାରିବେ ।

ରେଳବାଇ ବୋର୍ଡ ସଦସ୍ୟ ଦିଲୀପ କୁମାର କହିଛନ୍ତି ଯେ, ଏହା ଜାନୁଆରୀ ୩୧ରୁ ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ବିଟା ପରୀକ୍ଷା ପାଇଁ ଉପଲବ୍ଧ ହୋଇଛି ।

 

Comments are closed.