ମୁମ୍ବାଇ: ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାମ ଧରୁନି । ପ୍ରତ୍ୟେକ ଦିନ ଏହି ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସମ୍ମୁଖକୁ ଆସିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବିଜୟ ସେତୁପତିଙ୍କ ବଦଳରେ ହରମନ ବାୱେଜା ବିଭୀଷଣଙ୍କ ଭୂମିକା କରି ପାରନ୍ତି । ଅବଶ୍ୟ ଏ ନେଇ ମେକର୍ସ କିମ୍ବା ହରମନଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ପୂର୍ବରୁ ରଣବୀର କାପୁର ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଚୂଡାନ୍ତ ହୋଇଛି । ସେହିପରି ସାଇ ପଲ୍ଲବୀ ମାଆ ସୀତା ଏବଂ ସନୀ ଦେଓଲ ହନୁମାନଙ୍କ ଭୂମିକା କରିବେ ।
ୟଶ ରାବଣ ଏବଂ ରକୂଲ ପ୍ରୀତ ସିଂ ଶୁର୍ପଣଖା ଚରିତ୍ରରେ ଅଭିନୟ କରିବେ । ନୀତେଶ ଫିଲ୍ମକୁ ୩ଟି ପାର୍ଟରେ କରିବେ ବୋଲି ଚୂଡାନ୍ତ କରିଛନ୍ତି । ପ୍ରଥମ ପାର୍ଟରେ ସୀତା ଅପହରଣ, ଦ୍ୱିତୀୟ ଭାଗରେ ହନୁମାନ ଏବଂ ତୃତୀୟ ପାର୍ଟରେ ରାମ-ରାବଣ ଯୁଦ୍ଧ ଉପରେ ପର୍ଯ୍ୟବେଶିତ ହେବ ।
Comments are closed.