ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ ” ଶିଶୁ କବିତା ସମଗ୍ର” ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ ‘ସପ୍ତବର୍ଣ୍ଣା’ ରାଜ ଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏକକାଳୀନ ଏତେ ସଂଖ୍ୟକ ପୁସ୍ତକ ପାଇଁ ରାଜ୍ୟପାଳ କବୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବୀ ଶ୍ରୀମତୀ ସାହୁ , ବରିଷ୍ଠ କବି ତଥା ସମ୍ପାଦକ ଭିକାରୀ ଧଳ , କବି ରକ୍ଷକ ନାୟକ , ଏବଂ ପ୍ରକାଶିକା ମାନମୟୀ ରଥ ଉପସ୍ଥିତ ଥିଲେ ।
Comments are closed.