Latest Odisha News

BREAKING NEWS

ଟ୍ବିଟରକୁ ଟକ୍କର ଦେବ ‘ଥ୍ରେଡସ୍’ ଆପ୍ : ‘ମେଟା’ ନାଁ ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମୁଖିଆ ହେବା ପରଠୁ ‘ଟ୍ୱିଟର’ର ଅଜବ ନିୟମ ୟୁଜର୍ସଙ୍କୁ ନାକେଦମ କରିସାଲାଣି । କେତେବଳେ ବ୍ଲୁ ଟିକ୍‌ ପାଇଁ ଟେନସନ ତ କେତେବେଳେ ପୋଷ୍ଟିଂ ଉପରେ ଲଗାଉଛି କଟକଣା । ‘ଟ୍ୱିଟର’ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟକୁ ବଜାୟ ରଖିବାକୁ ଦିନକୁ ଦିନ ନୂଆ ସଂଘର୍ଷର ସାମନା କରି ଅତିଷ୍ଠ ହୋଇ ପଡ଼ିଲେଣି। ଏପରି ସମୟରେ ‘ଟ୍ୱିଟର’ର ବିକଳ୍ପ ଭାବେ ମୁଣ୍ଡ ଟେକୁଛି ‘ଥ୍ରେଡଶ’ ଆପ । ଲଞ୍ଚ ହୋଇଛି ନୂଆ ଆପ୍ ଥ୍ରେଡ୍‌ସ। ମାର୍କ ଜୁକର ବର୍ଗଙ୍କ ମେଟା ଟ୍ୱିଟରର କମ୍ପିଟେଟର ଥ୍ରେଡସ୍ ଆପକୁ ଲଞ୍ଚ କରିଛନ୍ତି। କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଏହାକୁ ଡାଉନଲୋଡ କଲେଣି । ପ୍ରାୟ ୧୮ ଘଣ୍ଟାରେ ୩୦ ମିଲିୟନ ଲୋକ ସାଇନ-ଅପ୍‌ କରସାରିଲେଣି । ଏନେଇ ନିଜେ ମେଟା ସିଇଓ ମାର୍କ ଜୁକରବର୍ଗ  ସୂଚନା ଦେଇଛନ୍ତି ।

ଏହି ଆପକୁ ଡାଉନ ଲୋଡ ପରେ ଇନଷ୍ଟା ଆଇଡି ସହ ଲିଙ୍କ କରି ଓପନ କରିପାରିବେ।ଥ୍ରେଡସ୍ ଇନଷ୍ଟାଗ୍ରାମ ଭଳି ଆପ୍ ଯାହାକି ଟ୍ୱିଟର ପରି କାମ କରିବ। ଏହାସହ ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏହି ଆପ ଏବେ ଆଇ ଫୋନ୍‌ର ଆପ୍‌ ଷ୍ଟୋରରେ ଓ ସ୍ମାର୍ଟ ଫୋନ୍‌ର ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି। ମେଟା ପକ୍ଷରୁ ‘ଥ୍ରେଡଶ’ ପାଇଁ ଏକ ୱେବସାଇଟ୍‌ ଗତକାଲି ଲଞ୍ଚ ହୋଇଛି। ଏହା ଏବେ ୧୦୦ରୁ ଅଧିକ ଦେଶରେ ଉପଲବ୍ଧ ଅଛି। ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ଏହି ଆପ୍‌କୁ ୟୁରୋପିଆନ ଦେଶମାନଙ୍କରେ ପ୍ରବେଶ କରିବାକୁ ଅନୁମତି ମିଳିନି। ମେଟା ପକ୍ଷରୁ ଗତକାଲି ଏହାର ଅଫିସିଆଲ ୱେବସାଇଟ୍‌ ଲଞ୍ଚ କରାଯାଇଛି। ଏହି ନୂଆ ଆପ୍‌ରେ ଟେକ୍ସଟ ମେସେଜ ସହ ଲିଙ୍କ ସେୟାର କରିହେବ । ଏଥିସହ ପୋଷ୍ଟର ରିପ୍ଲାଏ ଦିଆଯିବା ସହ ତାହାକୁ ରିପୋଷ୍ଟ ବି କରାଯାଇ ପାରିବ ବୋଲି ମେଟାର ଚିଫ ଏକଜିକ୍ୟୁଟିଭ ଅଫିସର ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି।
ସେପଟେ କିନ୍ତୁ ନୂଆ ‘ଥ୍ରେଡ୍‌ସ୍‌’ ଆପ୍‌ ଲାଗି ମେଟା ପ୍ଲାଟ୍‌ଫର୍ମ ନାଁ ରେ ମାମଲା କରିବ ବୋଲି ଏଲନ୍‌ ମସ୍କ୍‌ ଧମକ ଦେଇଛି। ମାମଲା ଦାଏର କରିବା ପୂର୍ବରୁ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକର୍‌ବର୍ଗଙ୍କ ନିକଟକୁ ଓକିଲ ଆଲେକ୍ସ ସ୍ପାଇରୋଙ୍କ ଜରିଆରେ ଏକ ଚିଠି ପଠାଇଛନ୍ତି ଏଲନ୍‌ ମସ୍କ୍‌ । ପଠାଯାଇଥିବା ଚିଠିରେ ସ୍ପାଇରୋ ଅଭିଯୋଗ କରିଛନ୍ତି ଯେ, ‘ଟୁଇଟର୍‌’ର ବ୍ୟବସାୟ ରହସ୍ୟ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଜାଣିଥିବା ‘ଟୁଇଟର୍‌’ର ପୂର୍ବତନ କର୍ମଚାରୀମାନଙ୍କୁ ‘ମେଟା’ ନିଯୁକ୍ତି ଦେଉଛି। ତେଣୁ, ‘ଟୁଇଟର୍‌’ର ବ୍ୟବସାୟ ରହସ୍ୟ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଆଦି ବ୍ୟବହାର ନ କରିବା ଲାଗି ଏହି ଚିଠିରେ ‘ମେଟା’କୁ ସତର୍କ କରାଇ ଦିଆଯାଇଛି। କାରଣ, ଏ କ୍ଷେତ୍ରରେ ‘ଟୁଇଟର୍‌’ ତା’ର ‘ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍ସ୍‌’କୁ କଡାକଡ଼ି ଲାଗୁ କରିବାକୁ ଚାହୁଁଛି ବୋଲି ଉକ୍ତ ଚିଠିରେ ସ୍ପାଇରୋ ଉଲ୍ଲେଖ କରିଛନ୍ତି।

 

Leave A Reply

Your email address will not be published.