Latest Odisha News

ସାର୍କ ଟ୍ୟାଙ୍କର ଜଜଙ୍କ କମ୍ପାନୀର କେତେ ହେଉଛି କ୍ଷତି… 

ନୂଆଦିଲ୍ଲୀ: ସାର୍କ ଟ୍ୟାଙ୍କର ଜଜଙ୍କ କେତେ ହେଉଛି କ୍ଷତି। ଆରପିଜି ଗ୍ରୁପ୍ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ସାର୍କ ଟ୍ୟାଙ୍କ୍ ଇଣ୍ଡିଆର ବିଚାରପତିମାନଙ୍କ କ୍ଷତି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯାହାପରେ ସୋସିଆଲ୍ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଯାଇଛି।

ତେବେ ଗୋଏଙ୍କା ଏହି ଶୋ’ର ଜଣେ ବଡ଼ ପ୍ରଶଂସକ। ସେ ୨୦୨୩-୨୪ ଆର୍ଥିକ ବର୍ଷର କିଛି କମ୍ପାନୀର ଲାଭ ସଂଖ୍ୟା ସମ୍ପର୍କରେ ସେୟାର କରିଥିଲେ। ସୂଚନା ଅନୁଯାୟୀ, ଏହି କମ୍ପାନୀ ଗୁଡ଼ିକର ମାଲିକ ମାନେ ହେଉଛନ୍ତି ସାର୍କ ଟ୍ୟାଙ୍କ ଇଣ୍ଡିଆର ବିଚାରକ। ଜାଣନ୍ତୁ କିଭଳି ରହିଛି ସେହି କମ୍ପାନୀଗୁଡ଼ିକର ଆର୍ଥିକ ପ୍ରଦର୍ଶନ।

ଏହି ସଂଖ୍ୟାନ ଅନୁଯାୟୀ କମ୍ପାନୀଗୁଡ଼ିକରେ ବିପୁଳ କ୍ଷତି ଦର୍ଶାଉଛି। ଏଥିରେ ବିନୀତା ସିଂହଙ୍କ ସୁଗାର କସମେଟିକ୍ସର ୬୮ କୋଟି ଟଙ୍କା, ଅମନ ଗୁପ୍ତାଙ୍କ ବୋଟର ୫୪ କୋଟି ଟଙ୍କା, ଅନୁପମ ମିତ୍ତଲଙ୍କ ୧୮ କୋଟି ଟଙ୍କା ଏବଂ ଲେନ୍ସକାର୍ଟର ୧୦ କୋଟି ଟଙ୍କା କ୍ଷତି ଦେଖିବାକୁ ମିଳୁଛି। ଅପରପକ୍ଷରେ ସବୁଠାରୁ ଅଧିକ କ୍ଷତି ଏକୋ ଜେନେରାଲ ଇନସୁରାନ୍ସର ୪୫୬ କୋଟି ଟଙ୍କା। ଇନସର୍ଟସ ୨୨୮ କୋଟି ଟଙ୍କା ଏବଂ ଓୟୋ ରୁମସ୍ ୧୮୪ କୋଟି ଟଙ୍କାର କ୍ଷତି ରହିଛି।

ଏନେଇ ଗୋଏଙ୍କା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ସେ ସାର୍କ ଟ୍ୟାଙ୍କ ଇଣ୍ଡିଆ ବିଚାରପତିଙ୍କ ଆର୍ଥିକ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

 

Comments are closed.