ଡର୍ବାନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ୨୦୨୧ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୪ ବର୍ଷ ପରେ ଏହି ଷ୍ଟାର ଖେଳାଳି ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ ୱାର୍ଲ୍ଡ ଚାମ୍ପିୟନ୍ସ ଅଫ ଲିଜେଣ୍ଡର ଦ୍ୱିତୀୟ ସିଜନରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ । ସୂଚନାଯୋଗ୍ୟ, ଡବ୍ଲ୍ୟୁସିଏଲରେ ଅବସର ନେଇଥିବା ନନ କଂଟ୍ରାକ୍ଟଡେ ଖେଳାଳିମାନେ ଖେଳିଥାନ୍ତି । ଅଧିକ କ୍ରିକେଟ ଖେଳିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାର ପାଇଁ ମୁଁ ଏଥିରୁ ଅବସର ନେଇଥିଲି । ମୋ ଛୋଟ ପୁଅ ଏବେ ବଗିଚାରେ କ୍ରିକେଟ ଖେଳିବା ଆରମ୍ଭ କରିଛି । ସେ ମନ ମଧ୍ୟରେ ଦବି ରହିଥିବା କ୍ରିକେଟ ଖେଳିବା ଇଚ୍ଛାକୁ ପୂନର୍ବାର ଜାଗ୍ରତ କରାଇଛି ।
୨୦୦୪ରୁ ଡିଭିଲର୍ସ ବେଶ କିଛି ବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଛାପ ଛାଡିଥିଲେ । ସେ ୧୧୪ ଟେଷ୍ଟରୁ ୮୭୬୫, ୨୨୮ ଦିନିକିଆରୁ ୯୫୭୭ ଓ ୭୮ ଟି୨୦ରୁ ୧୬୭୨ ରନ ସଂଗ୍ରହ କରିଛନ୍ତି । ଆଇପିଏଲରେ ସେ ୧୮୪ ମ୍ୟାଚ ଖେଳି ୫୧୬୨ ରନ କରିଥିଲେ । ୨୦୨୧ରେ ସେ ଶେଷ ଥର ପାଇଁ ଆରସିବି ପକ୍ଷରୁ ଖେଳିଥିଲେ । କିଛି ଦିନ ତଳେ ସେ କ୍ରିକେଟକୁ ପ୍ରତ୍ୟାବର୍ତନ କରିବା ନେଇ ସୂଚନା ଦେଇଥିଲେ । ସେ ଏବେ ଏସଏ ଟି୨୦ କ୍ରିକେଟର ବ୍ରାଣ୍ଡଆମ୍ବାସଡର ରହିଛନ୍ତି ।
Comments are closed.