Latest Odisha News

BREAKING NEWS

ପାକିସ୍ତାନରେ ପୁଣି ସରକାର ଗଢିବେ ଶେହବାଜ ସରିଫ, ପରାସ୍ତ ହେଲେ ଓମାର ଆୟୁବ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହବାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତକାଲି ଚାଲିଥିବା ଭୋଟର ଫଳାଫଳ ଆସିବା ପରେ ଏହି ସୂଚନା ମିଳିଛି । ପୁଣିଥରେ ପାକିସ୍ତାନରେ ସରକାର ଗଢିଛନ୍ତି ଶେହବାଜ ସରିଫ । ଶେହବାଜ ସରିଫ ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ନାମାଙ୍କନ ଭରିଥିଲେ । ତେବେ ଭୋଟ୍ ପୂର୍ବରୁ ମଧ୍ୟ ମତ PML-N ସପକ୍ଷରେ ଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ଦେଶର କମାଣ୍ଡ ପୁଣି ଥରେ ଶେହବାଜ ସରିଫଙ୍କ ହାତକୁ ଆସିବ। ସେପଟେ କିନ୍ତୁ ତାଙ୍କ ବିପକ୍ଷରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ ନେତା ଓମାର ଆୟୁବ ଖାନ ନାମାଙ୍କନ ଦାଖଲ କରିଥିଲେ  ।

ଗତକାଲି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିଲା। ଶେହବାଜ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଠାରୁ ୧୦୦ରୁ ଅଧିକ ଭୋଟ ହାସଲ କରିଥିଲେ । ଶେହବାଜ ସରିଫ ମୋଟ ୨୦୧ ଭୋଟ୍ ପାଇଥିବାବେଳେ ପିଟିଆଇର ଓମାର ଆୟୁବ ଖାନ ୯୨ ଭୋଟ୍ ପାଇଛନ୍ତି । ଏହାପରେ ଶେହବାଜ ସରିଫଙ୍କ ନାମ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା। ଶେହବାଜ ସରିଫ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ନିକଟରେ ପାକିସ୍ତାନରେ ଅନୁଷ୍ଠିତ ନିର୍ବାଚନରେ ​​କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ। ଏହା ପରେ ନୱାଜ ସରିଫଙ୍କ ଦଳ PML-N, PPP ଏବଂ MQM ସହିତ ମହାମେଣ୍ଟକରି ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେହବାଜ ସରିଫ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ। ସେ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଶାହାବାଜ ସରିଫ ପୂର୍ବରୁ ଏପ୍ରିଲ ୨୦୨୨ ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ସେ ପିପିପି ସହିତ ମିଶି ସରକାର ଗଠନ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ପିଏମଏଲ-ଏନ ୭୫ ଟି ଆସନରେ ବିଜୟୀ ହୋଇଥିବାବେଳେ ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୯୦ ରୁ ଅଧିକ ଆସନରେ ବିଜୟୀ ହୋଇଥିଲେ। ପିପିପି ୫୪ ଟି ସିଟ୍ ଜିତିଥିଲା।

 

Leave A Reply

Your email address will not be published.