Latest Odisha News

BREAKING NEWS

ଶିଳ୍ପାଙ୍କ ପରେ ଏବେ ପୁଅ ଭିଆନ୍‌ଙ୍କ ଇନଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗି କଡା ଜବାବ୍‌ ରଖିଛନ୍ତି। ଶିଳ୍ପା ଶେଟ୍ଟୀ ସୋମବାର ପ୍ରଥମ ଥର ପାଇଁ ଏକ ଲମ୍ବା ଚଉଡା ବିବୃତ୍ତି ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ପୁଅ ଭିଆନଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି।

ଭିଆନ୍ ତାଙ୍କ ମା ଶିଳ୍ପାଙ୍କ ସହିତ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଶିଳ୍ପା ତାଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଆନଙ୍କ ପୋଷ୍ଟ ସହିତ କୌଣସି କ୍ୟାପସନ୍ ନାହିଁ। ଭିଆନ୍‌ ତାଙ୍କ ‌ଷ୍ଟୋରୀ ଷ୍ଟେ୍‌ମେଣ୍ଟରେ ଶିଳ୍ପାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା କାହାଣୀକୁ ଅନ୍ତର୍ଭୁକ୍ତ କରିଛନ୍ତି।

ଅଶ୍ଳୀଳ ଭିଡିଓ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା। ଏହି ସମୟରେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖା ହୋଇଛି ଯେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଟ୍ରୋଲ କରାଯାଉଛି ଯାହା ଠିକ ନୁହେଁ।

ଶିଳ୍ପା ଏହା ମଧ୍ୟ ଲେଖିଛନ୍ତି ଯେ ସେ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି ଏବଂ ଆଗକୁ ବି ରହିବେ। ସେ ଏହା ମଧ୍ୟ ଲେଖିଥି ଯେ ସେ ଜଣେ ଆଇନ ମାନୁଥିବା ନାଗରିକ, ମୁମ୍ବାଇ ପୋଲିସ ଏବଂ ଆଇନ ଶୃଙ୍ଖଳା ଉପରେ ତାଙକର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।

Leave A Reply

Your email address will not be published.