Latest Odisha News

ହରିୟାଣାରେ ସେପ୍ଟେମ୍ବର ୬ ଯାଏଁ ବଢ଼ିଲା ଲକଡାଉନ ଅବଧି

ଚଣ୍ଡିଗଡ଼ : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ମାମଲା ଧିରେ ଧିରେ ସ୍ବାଭାବିକ୍ ହେଉଥିବା ବେଳେ, ହରିୟାଣା ସରକାର ବଢ଼ାଇଛନ୍ତି ଲକଡାଉନ୍ ଅବଧି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ଯାଏଁ ଲକଡାଉନ ଅବଧି ବଢ଼ାଇଛନ୍ତି ହରିୟାଣା ସରକାର । ନୂଆ ଗାଇଡଲାଇନ୍ ଅନୁସାରେ, କଟକଣାରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର ।

ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଲକଡାଉନ ସମୟରେ ହୋଟେଲ ସମେତ ରେଷ୍ଟୁରାଣ୍ଟ, ବାର ଗୁଡିକ ୫୦ ପ୍ରତିଶତ ବସିବା କ୍ଷମତା ସହିତ କାର୍ଯ୍ୟ କରିବ । ତା ସହ ସ୍ପା, ଜିମ୍ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସେମାନଙ୍କୁ ଟିକାକରଣ ହୋଇଥିବା ନେଇ ନିଶ୍ଚିତ କରିବାକୁ ହେବ । କର୍ପୋରେଟ ଅଫିସରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ । ତେବେ ବାହାଘର, ଶୁଦ୍ଧିକ୍ରିୟାରେ ୧୦୦ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ୨୦୦ ଲୋକଙ୍କୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିହେବ । କିନ୍ତୁ ବାହାଘରରେ ପ୍ରୋସେସନ କରିବା ମନା କରାଯାଇଛି ।

Leave A Reply

Your email address will not be published.