Latest Odisha News

BREAKING NEWS

ପଞ୍ଜଶୀର ଅଭିମୁଖେ ତାଲିବାନ !

କାବୁଲ: ଆଫଗାନିସ୍ତାନ କବଜା କରିଥିବା ତାଲିବାନ ଏବେ ପଞ୍ଜଶୀର ଅକ୍ତିଆର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ତାଲିବାନକୁ ବାରମ୍ବାର ପାଣି ପିଆଇଥିବା ପଞ୍ଜଶୀରା ଯୋଦ୍ଧା କିଭଳି ମୁକାବିଲା କରୁଛନ୍ତି ସେଥିପ୍ରତି ସାରା ବିଶ୍ୱର ନଜର ରହିଛି । ଏଠାରେ ଗଠନ କରାଯାଇଥିବା ନଦର୍ଣ୍ଣ ଆଲିୟାନ୍ସ ତାଲିବାନକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ପଞ୍ଜଶୀରର ଶେର କୁହାଯାଉଥିବା ଅହମ୍ମଦ ଶାହଙ୍କ ପୁତ୍ର ଅହମ୍ମଦ ମସୁଦ ଏହାର ନେତୃତ୍ୱ ନେଉଛନ୍ତି । ବାଗଲାନ ପ୍ରଦେଶର ୩ଟି ଜିଲ୍ଲା ହରାଇବା ପରେ ସେଠାରେ ସ୍ଥାନୀୟ ବାସିନ୍ଦା ଓ ତାଲିବାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ପଞ୍ଜଶୀର ଘାଟିର ଦୁଇ ପଟୁ ଏବେ ତାଲିବାନଙ୍କ ଉପରେ ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସୂଚନାଯୋଗ୍ୟ, ଶନିବାର ଅହମ୍ମଦ ତାଲିବାନଙ୍କ ସହ ହାତ ମିଳାଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହା ଭୁଲ ପ୍ରମାଣିତ ହୋଇଛି । ପୂର୍ବରୁ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରିଥିବା ଅମ୍ରରୁଲ୍ଲା ସାଲେହ, ବିସମିଲା ଖାଁ ମହମ୍ମଦି ଏଠାରେ ଡେରା ପକାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶଠାରୁ ସହଯୋଗ ମିଳି ନ ଥିବାରୁ ତାଲିବାନ ବିରୋଧରେ ସେମାନଙ୍କ ସଂଘର୍ଷ କିପରି ରହୁଛି ତାହା ଦେଖିବା କଥା ।

Leave A Reply

Your email address will not be published.