Latest Odisha News

BREAKING NEWS

ନୁହ ହିଂସା; ଆପ୍ ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଚଣ୍ଡିଗଡ଼: ନହୁ ହିଂସା ମାମଲାରେ ହରିୟାଣା ପୋଲିସ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ। ଗୋଟିଏ ପଟେ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତି ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଅନ୍ୟପଟେ କଟକଣା ଜାରି କରାଯାଇଛି। ପୋଲିସ ପ୍ରତ୍ୟେକ ସିସିଟିଭି ଯାଞ୍ଚ କରୁଛି ଏବଂ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରୁଛି। ଏହି କ୍ରମରେ ସୋହନା ପୋଲିସ ଶନିବାର ଦିନ ହରିୟାଣା ଆପ୍ ନେତା ଜାଭେଦ୍ ଅହମ୍ମଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି।

ପୋଲିସ କହିଛି ଯେ ଜୁଲାଇ ୩୧ ରେ ସୋହନାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାରଙ୍କ ହତ୍ୟା ମାମଲାରେ ଜାଭେଦ ଅହମ୍ମଦଙ୍କ ହାତ ରହିଛି। ପ୍ରଦୀପଙ୍କୁ ହତ୍ୟା କରାଯିବା ପରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ପୱନ କୁମାର ସେଠାରେ ଉପସ୍ଥିତ ଥିଲେ। ଅଗଷ୍ଟ ୨ରେ ସେ ଥାନାକୁ ଯାଇ ଏକ ଏଫ୍ଆଇଆର୍ ଦାଖଲ କରିଥିଲେ। ପୋଲିସ ଏହି ମାମଲାରେ ତଦନ୍ତ କରୁଥିବାବେଳେ ବର୍ତ୍ତମାନ ଜାଭେଦ୍ ଅହମ୍ମଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପବନ କହିଛନ୍ତି ଯେ, ଘଟଣା ଦିନ ଜନତାଙ୍କ ମଧ୍ୟରେ ଉପସ୍ଥିତ ଥିବା ଜାଭେଦ ଅହମ୍ମଦ ‘ତାଙ୍କୁ ହତ୍ୟା କର, ବାକି ମୁଁ ସବୁ ଦେଖି ନେବି’ ବୋଲି କହିଥିଲେ। ଏହା ପରେ ଆକ୍ରମଣକାରୀମାନେ ପ୍ରଦୀପ ଏବଂ ମୋତେ କାରରୁ ବାହାର କରି ପିଟିଥିଲେ। ପବନଙ୍କ କହିବାନୁସାରେ, ପୋଲିସ ତାଙ୍କୁ ସେଠାରୁ ବାହାରକୁ ଆଣିଥିଲା, କିନ୍ତୁ ପ୍ରଦୀପ ବାହାରକୁ ବାହାରି ପାରିନଥିଲେ। କାରଣ ଲୋକମାନେ ତାଙ୍କ ମୁଣ୍ଡକୁ ଏକ ଲୁହା ସାହାଯ୍ୟରେ ଆଘାତ କରିଥିଲେ। ପରେ ଦିଲ୍ଲୀର ଏକ ଡାକ୍ତରଖାନାରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.