Latest Odisha News

BREAKING NEWS

ବୁଲେଟରୁ ବାହାର କରୁଥିଲେ ବିକଟାଳ ଶବ୍ଦ; ପୋଲିସକୁ ଗଣିଲେ ୩୨ ହଜାର ତଣ୍ଡ !

ଜିନ୍ଦ: ଭାରି ପଡିଲା ବିକଟାଳ ଶବ୍ଦ ବାହାର କରି ବୁଲେଟ ଚଳାଇବା । ବୁଲେଟରୁ ବାଣ ପରି ଶବ୍ଦ ବାହାର କରି ୩୨ ହଜାର ଟଙ୍କା ଜୋରିମାନା ଗଣିଲେ ଯୁବକ ।

ଘଟଣାଟି ଘଟିଛି ହରିୟାଣାରେ । ମିଳିଥିବା ସୂଚନା ଅନୁସାରେ, ହରିୟାଣାର ନରଓ୍ଵାନାରେ ରାସ୍ତାରେ ବୁଲେଟ ମୋଟର ସାଇକେଲରେ ବାଣ ପରି ବିକଟାଳ ଶବ୍ଦ କରୁଥିବା ଚାଳକଙ୍କୁ ୩୨ ହଜାର ଚାଲାଣ କାଟିବା ସହିତ ବୁଲେଟକୁ ଜବତ ମଧ୍ୟ କରିଛି ସ୍ଥାନୀୟ ପୋଲିସ।

ଦ୍ରୁତ ଗତିରେ ଏଭଳି ଶବ୍ଦ କରି ବାଇକ ଚଳାଉ ଥିବା ଚାଳକଙ୍କୁ ବହୁତ ଦୂର ପିଛା କରିବା ପରେ ଧରି ଚାଲାଣ କଟିଛି ପୋଲିସ ।

ସ୍ଥାନୀୟ ପୋଲିସର କହିବା ମୁତାବକ ୨ ଜଣ ଯୁବକ ବୁଲେଟରେ ବସି ସହରରେ ଅନେକ ସମୟ ଧରି ବାଣ ପରି ବିକଟାଳ ଶବ୍ଦ କରି ଘୂରି ବୁଲୁଥିଲେ। ଏଥିରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଅନେକ ଲୋକ ଏହାର ଅଭିଯୋଗ ମଧ୍ୟ କରିଥିଲେ।

ବୁଲେଟ୍ ମୋଟର ସାଇକେଲ୍ ଚାଳକ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ତାଙ୍କର ପିଛା କରିଥିଲା । ତେବେ ପୋଲିସ ଦୁଇ ଯୁବକଙ୍କୁ ଧରି ବୁଲେଟ୍ ଜବତ କରିବା ସହିତ ୩୨ ହଜାର ଟଙ୍କାର ଚାଲାଣ କାଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.