Latest Odisha News

BREAKING NEWS

ଘର ମାଲିକ ପିଲାମାନଙ୍କ ଯତ୍ନ ପାଇଁ ୟୁକ୍ରେନରୁ ଭାରତ ଆସିବାକୁ ମନା କଲେ ନେହା

କୀଭ: ୟୁକ୍ରେନରେ ରହି ପାଠ ପଢ଼ୁଥିବା ୧୭ ବର୍ଷୀୟା ହରିୟାଣାର ନେହା ଏବେ ଅନେକଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ଭାରତ ସରକାର ଏଠାରେ ରହି ଯାଇଥିବା ଛାତ୍ରମାନଙ୍କୁ ସକୁଶଳେ ସ୍ୱଦେଶ ଫେରାଇ ଆଣୁଥିବା ବେଳେ ନେହା କିନ୍ତୁ ଆସିବାକୁ ମନା କରି ଦେଇଛନ୍ତି । ଏହି ଡାକ୍ତରୀ ପଢ଼ୁଥିବା ଛାତ୍ରୀ ସେଠାରେ ଜଣଙ୍କ ଘରେ ଭଡା ରହୁଛନ୍ତି । ଘରମାଲିକ ଦେଶର ସେବା ପାଇଁ ସେନାରେ ସାମିଲ ହୋଇ ରୁଷ ବିରୋଧରେ ଲଢ଼ିବାକୁ ଯାଇଛନ୍ତି । ତାଙ୍କର ୩ଟି ଛୋଟ ପିଲା ଏବଂ ତାଙ୍କ ମାଆଙ୍କୁ ସହଯୋଗ କରିବା ପାଇଁ ନେହା ନିଜ ଜୀବନକୁ ବାଜି ଲଗାଇ ନିକଟରେ ଥିବା ବଙ୍କରରେ ରହିଛନ୍ତି ।

ନେହାଙ୍କ ବାପା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ନିଜ ଜୀବନ ବଂଚାଇବା ପାଇଁ ଏହି ପିଲାମାନଙ୍କୁ ଛାଡି ଯାଇପାରିବିନ ବୋଲି ସେ ଘରକୁ ମେସେଜ ପଠାଇ ଦେଇଛନ୍ତି । ଯୁଦ୍ଧା ବିଭୀଷିକା ମଧ୍ୟରେ ନେହାଙ୍କ ମାନବିକତା ଏବେ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଦେଇଛି । ସେ ମହାନ ପାଲଟି ଯାଇଛନ୍ତି ।

Comments are closed.