Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣରେ ବିଫଳ କି ପ୍ରଶାସନ ? ଅଣନିଶ୍ୱାସୀ ହେଲେ ଭକ୍ତ

ପୁରୀ: ବ୍ୟାରିକେଡ୍, ଧାଡ଼ି ଦର୍ଶନ । ତଥାପି ଶ୍ରୀମନ୍ଦିରରେ ଭକ୍ତ ହେଉଛନ୍ତି ହଇରାଣ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ ସତ୍ତ୍ୱେ ସ୍ଥିତି ସୁଧୁରୁନି । ରବିବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିବା ବେଳେ ଠେଲାପେଲା ସ୍ଥିତି ଉପୁଜିଛି । ଭିଡ଼ ଭିତରେ ନାବାଳିକାଙ୍କ ସହ ଜଣେ ବୃଦ୍ଧା ଅଣନିଶ୍ୱାସୀ ହୋଇ ପଡ଼ିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିରରେ ଠେଲାପେଲା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ପୁରୀ ଏସପି କହିଛନ୍ତି, ଏହା ଦଳାଚକଟା ନୁହେଁ । ଭିଡ଼ ଭିତରେ ଅଣନିଶ୍ୱାସୀ ଅନୁଭବ କରିବାରୁ ମେଡିକାଲ୍ ନିଆଯାଇଛି । ଭିଡ଼କୁ ଦେଖି ଆବଶ୍ୟକ ସୁରକ୍ଷା କର୍ମୀ ନିୟୋଜିତ ଥିବା ଏସପି କହିବା ସହ ଶ୍ରଦ୍ଧାଳୁଙ୍କୁ ଦୌଡ଼ିବାକୁ ବାରଣ କରିଛନ୍ତି । ପୁରୀ ଜିଲ୍ଲାପାଳ, ଏସପି ଓ ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଏହା ପୂର୍ବରୁ ଗତ ଡିସେମ୍ବର ଶେଷ ସପ୍ତାହରେ ଶ୍ରୀମନ୍ଦିର ବାଇଶି ପାହାଚରେ ୬ ଜଣ ଛାତ୍ରୀ ଭିଡ଼ ଯୋଗୁ ବେହୋସ୍ ହୋଇ ପଡ଼ିଥିଲେ । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ୁଥିବା ବେଳେ ନୀତିକାନ୍ତିକୁ ସମୟରେ କରିବାକୁ ଦାବି ହେଉଛି ।

Comments are closed.