Latest Odisha News

BREAKING NEWS

ସଚିନଙ୍କୁ ପଛରେ ପକାଇଲେ କୋହଲି, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ଥିରୁୱନ୍ତପୁରମ: ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୩୯୧ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । କୋହଲି ୧୧୦ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ବଳରେ ୧୬୬ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ କ୍ୟାରିୟରର ୪୬ତମ ଶତକ । ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡଠାରୁ ସେ ମାତ୍ର ୩ଟି ପଛରେ ଅଛନ୍ତି । କୋହଲି ନିକଟରେ ୪ଟି ଦିନିକିଆରୁ ୩ଟିରେ ଶତକ ହାସଲ କରିଛନ୍ତି ।

କୌଣସି ଏକ ଟିମ ବିରୋଧରେ ସର୍ବାଧିକ ଶତକ ହାସଲରେ ସେ ସଚିନଙ୍କ ପଛରେ ପକାଇ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ସେ ୧୦ଟି ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହା ପୂର୍ବରୁ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ହାସଲ କରି ରେକର୍ଡ କରିଥିଲେ । କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ଶତକ ମାରି ଏହି ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି ।

Leave A Reply

Your email address will not be published.