ଜଳୁଛି ଆମେରିକାର ହଓ୍ବାଇ ଦ୍ବୀପ ଜଙ୍ଗଲ: ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି
ଆମେରିକା: ଦିନକୁ ଦିନ ବ୍ୟାପିବାରେ ଲାଗିଛି ଆମେରିକାର ହଓ୍ବାଇ ଦ୍ବୀପ ଜଙ୍ଗଲରେ ଲାଗିଥିବା ନିଆଁ । ସ୍ବର୍ଗ ପରି ସୁନ୍ଦର ଦେଖାଯାଉଥିବା ସହର ଏବେ ପୁରା ଛାରଖାର ହେବାକୁ ଲାଗିଛି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି ଘଟିଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ପୁରା ଅଞ୍ଚଳରେ ଏବେ ଏମର୍ଜେନ୍ସି ସ୍ଥିତି ଉପୁଜିଛି । ଅଗ୍ନିକାଣ୍ଡରେ ସହରର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ବିଲ୍ଡିଂ ଧ୍ବଂସ ହୋଇଛି । ଏବେବି ଅନେକ ସ୍ଥାନରେ ନିଆଁ ଲାଗିରହିଛି ।
ବିଶେଷକରି ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଲାହୈନା ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସ୍ଥିତି ଏପରି ହୋଇଛି ଯେ ହେଲିକପ୍ଟର ସାହାର୍ଯ୍ୟରେ ନିଆଁ ଲିଭା ଯାଉଛି । ବହୁ ଲୋକଙ୍କୁ ନିଜ ବାସସ୍ଥାନ ଛାଡିବାକୁ ପଡିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରଖିଛି । ଏବେ ବି କିଛି ଲୋକ ନିଖୋଜ ଥିବାରୁ ପ୍ରଶାସନ ସର୍ଚ୍ଚ ଏବଂ ରେସକ୍ୟୁ ଅପରେସନକୁ ଜୋରଦାର କରିଛି ।…
Comments are closed.