Latest Odisha News

BREAKING NEWS

ରାଜଧାନୀର ସରକାରୀ କ୍ୱାର୍ଟର ପରିସରରେ ଥିବା ମନ୍ଦିର ଭାଙ୍ଗିବାକୁ ବିଡିଏକୁ ହାଇକୋର୍ଟଙ୍କ ଅନୁମତି

କଟକ: ଭଙ୍ଗା ହେବ ସରକାରୀ କ୍ୱାର୍ଟର ପରିସରରେ ଥିବା ମନ୍ଦିର । ଏନେଇ ଓଡ଼ିଶା ହାଇକୋର୍ଟ, ବିଡିଏକୁ ଅନୁମତି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୩ ଖାରବେଳ ନଗର ଥାନା ଅନ୍ତର୍ଗତ ଏକ ସରକାରୀ କ୍ୱାର୍ଟର ପରିସରରେ ଥିବା ମାଆ ତାରିଣୀ ମନ୍ଦିର ଭାଙ୍ଗିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି ।

୨ ମାସ ମଧ୍ୟରେ ମାଆଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତରଣ କରିବାକୁ ଗ୍ରୀଷ୍ମ ଅବକାଶ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହି ମନ୍ଦିରଟି ପ୍ରଦୀପ କୁମାର ମହାନ୍ତିଙ୍କୁ ଦିଆଯାଇଥିବା ସରକାରୀ କ୍ୱାର୍ଟର ପରିସରରେ ରହିଥିଲା । ମନ୍ଦିର ଭାଙ୍ଗିବା ପାଇଁ ବିଡିଏ ନିଷ୍ପତ୍ତି ନେବା ପରେ ଅଜୁ ପ୍ରସାଦ ମହାପାତ୍ରଙ୍କ ସହ ଅନ୍ୟ ୪ ଜଣ ବିରୋଧ କରି ଜୁନ୍ ୯ରେ ହାଇକୋର୍ଟ ଯାଇଥିଲେ ।

ହାଇକୋର୍ଟରେ ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଓ ଅନ୍ୟ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ସମୟ ମାଗିଥିଲେ ଆବେଦନକାରୀ । ୨୦୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ ମନ୍ଦିର ଭଙ୍ଗାଯିବା ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରିଥିଲେ ।

ଜଷ୍ଟିସ୍ ଆର୍.କେ ପଟ୍ଟନାୟକ ଏବଂ ଏସ୍.କେ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ୨ ମାସ ସମୟ ଦେଇଛନ୍ତି । ଦିଆଯାଇଥିବା ସମୟ ମଧ୍ୟରେ ସ୍ଥାନାନ୍ତର କରା ନଗଲେ ବିଡିଏ ଆଇନ୍ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.