Latest Odisha News

BREAKING NEWS

କ୍ରିକେଟ ଇତିହାସର ବ୍ୟୟବହୁଳ ବଲ ପକାଇ ଅଲୋଡା ରେକର୍ଡରେ ସାମିଲ ହେଲେ ତନୱର

ଚେନ୍ନାଇ: ତାମିଲନାଡୁ ପ୍ରିମିୟର ଲିଗ କ୍ରିକେଟରେ ଅଭିଷେକ ତନୱର ଏକ ଅଲୋଡା ରେକର୍ଡ କରିଛନ୍ତି । ସେ କ୍ରିକେଟ ଇତିହାସରେ ଗୋଟିଏ ବଲରେ ସର୍ବାଧିକ ୧୮ରନ ଦେଇଛନ୍ତି । ସାଲେମ ସ୍ପାର୍ଟାନ୍ସ ଓ ଚେପକ ସୁପର ଗିଲିସ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେଉଥିଲା । ସାଲେମର ଅଭିଷେକ ପ୍ରଥମ ୩ ଓଭର ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ତେବେ ଅନ୍ତିମ ଓଭରର ଶେଷ ବଲରେ ସେ ୩ଟି ନୋ ବଲ ଓ ଗୋଟିଏ ୱାଇଡ ପକାଇଥିଲ । ଯାହାର ଫାଇଦା ଉଠାଇ ବ୍ୟାଟ୍ସମ୍ୟାନ ୨ଟି ଛକା ମଧ୍ୟ ମାରିଥିଲେ । ଏ ଭଳି ଭାବେ ତନୱର ତାଙ୍କ ଶେଷ ବଲ ପକାଇଥିଲା । ନୋ ବଲ, ୬(ନୋବଲ), ୨(ନୋବଲ), ୱାଇଡ ଓ ଛକା ।

ସୂଚନାଯୋଗ୍ୟ, ଟିଏନପିଏଲରେ ଅଭିଷେକ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ବିଗ ବାଶ ଲିଗରେ କ୍ଲାଏଂଟ ମ୍ୟାକକେଙ୍କ ବଲରେ ଟ୍ରେଭିସ ବିର୍ଟ ୨୦ ରନ ଓ ଭାରତର ବୀରେନ୍ଦ୍ର ସେହ୍ୱାଗ ୨୦୦୪ରେ ପାକିସ୍ତାନର ରାଣା ନାଭେଦ ଉଲ ହାସନଙ୍କ ବଲରେ ୧୭ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.