Latest Odisha News

BREAKING NEWS

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ସାନି ମେରିଟ୍‌ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ । ଏନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ପୁନଃ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ନିଯୁକ୍ତିରୁ ବଞ୍ଚିତ ଆଶାୟୀଙ୍କ ପିଟିସନ୍ ଉପରେ ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ ଗତ ବର୍ଷ ଅକ୍ଟୋବରରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରଥମେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚୟନ ପ୍ରକ୍ରିୟାକୁ ନେଇ ଦୀର୍ଘ ଦିନ ବିବାଦ ଲାଗି ରହିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତି ଆରମ୍ଭ ହୋଇଥିଲା । କାରଣ କଟ୍-ଅଫ୍ ମାର୍କ କମ୍ କରି ପଦବୀ ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ।

ହେଲେ ବିଭିନ୍ନ କାରଣରୁ ଏବେ ମଧ୍ୟ ୪ ହଜାର ପଦବୀ ପୂରଣ ହୋଇନାହିଁ । ତେବେ ଖାଲି ପଦବୀକୁ ପୂରଣ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ ପ୍ରାର୍ଥୀ । ସାନି ମେରିଟ ଲିଷ୍ଟ ପାଇଁ ପୁଣି ମାମଲା ଦାୟର ହୋଇଥିଲା ।

Leave A Reply

Your email address will not be published.