ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ଗତ ମାର୍ଚ୍ଚ ୩୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ବମ୍ବେ ହାଇକୋର୍ଟ । ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁମ୍ୱାଇର ପୂର୍ବତନ କମିଶନର ପରମବୀର ସିଂ ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରମବୀର ସିଂ । ମୁମ୍ୱାଇରୁ ଶହେ କୋଟି ଟଙ୍କା ଆଦାୟ କରିବା ପାଇଁ ଅନୀଲ ଦେଶମୁଖ ଗିରଫ ପୋଲିସ ଅଫିସର ସଚିନ ବାଜେଙ୍କୁ ଟାର୍ଗେଟ ଦେଇଥିଲେ । ପୋଲିସ କମିଶନର ପଦରୁ ପରମବୀର ସିଂଙ୍କ ବଦଳି ପରେ ଚିଠିରେ ସେ ଏକଥା ଖୁଲ୍ଲାସା କରିଥିଲେ ।

ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ପାଇଁ ପରମବୀର ସିଂ ସୁପ୍ରିମକୋର୍ଟରେ ପିଟିସନ୍ କରିଥିଲେ । ହାଇକୋର୍ଟ ଯିବାକୁ ନିର୍ଦ୍ଦେ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏବେ କୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । କୋର୍ଟ କହିଛନ୍ତି, ଅନୀଲ ଦେଶମୁଖ ଗୃହ ମନ୍ତ୍ରୀ ଅଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ପୋଲିସ ଉପରେ ନିର୍ଭର କରାଯାଇ ପାରିବ ନାହିଁ । ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ । ଠୋସ୍ ପ୍ରମାଣ ମିଳିଲେ ଅନୀଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର ଦାଖଲ କରିବ ସିବିଆଇ ।
BREAKING NEWS
- କୁଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: MHA ର ଉଚ୍ଚସ୍ତରୀୟ ବୈଠକ
- ମଦର ଡେରି କ୍ଷୀର ଦର ଲିଟର ପିଛା ୨ରୁ୪ଟଙ୍କା ବୃଦ୍ଧି;ନୂଆ ଦର ଏହି ଦିନରୁ ହେବ ଲାଗୁ
- ସ୍ୟାଣ୍ଡପେପର ଲଗାଇ ବଲ୍ ଟାମ୍ପରିଂ କରୁଥିଲେ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର
- ଜାତୀୟ ମଞ୍ଚରେ ଓଡ଼ିଶାର ଗୌରବ: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ପୁରୀ, ଭୁବନେଶ୍ୱର ଓ ଆସିକା ସମ୍ମାନିତ
- ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ସବୁଠୁ ଗୁରୁତ୍ବପୂର୍ଣ୍ଣ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- ହିମାଚଳରେ ପାରାଗ୍ଲାଇଡିଂ ବେଳେ ଅଘଟଣ, ବିଦ୍ୟୁତ ତାରରେ ଅଢେଇ ଘଂଟା ଝୁଲିରହିଲେ ଋଷୀୟ ପାଇଲଟ୍
- ପ୍ରୋସେସଡ୍ ଫୁଡ୍’ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ
- ବାତ୍ୟା କ୍ଷୟକ୍ଷତି ପ୍ରସଙ୍ଗ ନେଇ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ;ରିଲିଫ ବଣ୍ଟନରେ ହୋଇଥିବା ତ୍ରୁଟି ଦୂର କରିବାକୁ…
- ଛଟ୍ ପୂଜା ପାଇଁ ୧୬ ନଭେମ୍ବର ଦିଲ୍ଲୀରେ ସାର୍ବଜନୀନ ଛୁଟି, ୧୪ଶହ ଘାଟ ପ୍ରସ୍ତୁତ, ନୂଆ ଘାଟ ହେବ ଉଦଘାଟିତ
- Sonia Gandhi’s Book: ରାଜୀବଙ୍କ ମୃତ୍ୟୁର ୨ ମାସ ପୂର୍ବରୁ ହିଁ ଜାଣି ଦେଇଥିଲେ ପୁଅ ରାହୁଲ ଗାନ୍ଧୀ! ମା’ ସୋନିଆଙ୍କୁ କହିଦେଲେ କିଛି ଏପରି, ସ୍ତବ୍ଧ ହୋଇଯାଇଥିଲେ ସେ…
Comments are closed.