Latest Odisha News

BREAKING NEWS

ଜୁନ୍ ୨୨ ସୁଦ୍ଧା ସାର ରଥ କାମ: ହାଇକୋର୍ଟ

କଟକ: ଆସନ୍ତା ଜୁନ୍ ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରଥ ନିର୍ମାଣ କାମ ଜୋରଦାର ହୋଇଥିବା ଏଜି ଜଣାଇଛନ୍ତି । ୨୨ ସୁଦ୍ଧା ନିର୍ମାଣ କାମ ସରିବ ବୋଲି କୋର୍ଟଙ୍କୁ ଜଣାଇ ଛନ୍ତି ଏଜି ।

କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ସଂଗରୋଧରେ ରହିଛନ୍ତି । ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖାଯିବା ସହ ସେମାନଙ୍କର ରହିବା ଖାଇବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେହିଭଳି ପ୍ରତିଦିନ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ହେଲେ ସେହି ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ-୧୯ ପରୀକ୍ଷା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

Leave A Reply

Your email address will not be published.