Latest Odisha News

BREAKING NEWS

ଗଞ୍ଜାମର ୬ କରୋନା ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ବୁଗୁଡା: ଗଞ୍ଜାମ ଜିଲ୍ଲାର ଏକ ବିଦ୍ୟାଳୟରେ ହୋଇଥିବା କ୍ବାରେନଣ୍ଟାଇନ ସେଣ୍ଟରରେ ଛଅ ଜଣ ଓଡିଆ ପ୍ରବାସୀ ଶ୍ରମିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ସଂକ୍ରମିତମାନେ ୬୮ ଜଣିଆ ପ୍ରବାସୀ ଶ୍ରମିକଙ୍କ ଏକ ଅଂଶ ଥିଲେ, ଯେଉଁମାନେ କି ନିକଟ ଅତୀତରେ ସୁରଟରୁ ଫେରିବା ପରେ ବୁଗୁଡ଼ା ବ୍ଲକର ପାନିକେଶ୍ୱରର ଏକ ବିଦ୍ୟାଳୟରେ କ୍ବାରେନଣ୍ଟାଇନ ରେ ରହିଥିଲେ। ସେଥିମଧ୍ୟରୁ ୨୧ ଜଣଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ବେଳେ ସୋମବାର ଦିନ ୬ ଜଣକ ରିପୋର୍ଟ ପଜିଟିଭ ବାହାରିଥିଲା।
ପରେ ସେମାନଙ୍କୁ କୋଭିଡ-୧୯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଧିକାରୀଙ୍କ କହିବାନୁସାରେ, ସେମାନଙ୍କ ମଧ୍ୟରୁ ୫ ଜଣ ବୁଗୁଡା ବ୍ଲକର ଏବଂ ଜଣେ ପୁରୁଷୋତ୍ତମପୁର ବ୍ଲକର।

ବୁଗୁଡା ବ୍ଲକରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି- ମନିତରା ଗାଁର ୪୦ ଏବଂ ୨୦ ବର୍ଷ ବୟସ୍କ ଦୁଇଜଣ ବ୍ୟକ୍ତି, ଗୋଲିଆ ଗାଁର ୨୦ ବର୍ଷ ବୟସ୍କ ବ୍ୟକ୍ତି, ପଙ୍କଲସାହି ଗାଁର ୨୫ ବର୍ଷ ବୟସ୍କ ବ୍ୟକ୍ତି ଏବଂ ବୁଗୁଡାର ୩୩ ବର୍ଷ ବୟସ୍କା ମହିଳା।

ସେହିପରି ଅନ୍ୟ ଜଣେ ହେଉଛନ୍ତି- ପୁରୁଷୋତ୍ତମପୁର ବ୍ଲକ ସ୍ଥିତ ସାମା ଗାଁର ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତି।

Leave A Reply

Your email address will not be published.