Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ମାତୃତ୍ୱ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଇ ଇଣ୍ଟରନ୍ୟାସନାଲରେ ମାତୃତ୍ୱ ଦିବସ ଉତ୍ସାହର ସହିତ ପାଳିତ ହୋଇଛି ।

ମାତୃତ୍ୱ ଦିବସର ଉଦ୍ଦିପନାକୁ କରୋନା ଭୂତାଣୁ ପ୍ରତିହତ କରିପାରିନଥିଲା । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ, ସାଇ ଆଙ୍ଗନ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲରେ ଭର୍ଚୁଆଲ ମୋଡ଼ରେ ରବିବାର ଦିନ ଏକତ୍ରିତ ହୋଇ ମାଆର ମମତା ଓ ବାତତ୍ସଲ୍ୟତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସାଇ ଇଣ୍ଟରନ୍ୟାସନାଲ ଅନଲାଇନ୍ ଜୁମ୍ ପ୍ଲାଟଫର୍ମ ବ୍ୟବହାର କରିବା ସହିତ ପ୍ଲେ ଗ୍ରୁପଠାରୁ ଦ୍ୱାଦଶ ଷ୍ଟାଣ୍ଡାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାଆ ମାନଙ୍କ ପ୍ରତି ନିଜର ପ୍ରେମ ଓ ସମ୍ମାନ ପ୍ରଦର୍ଶନ କରିଥିଲେ ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଆଙ୍ଗନ ଡ୍ୟାନ୍ସ, ଡ୍ରାମା, ମୋନୋ ଆକ୍ଟିଂ ତଥା ସଙ୍ଗୀତ, ଭାଷଣ ତଥା କବିତା ମାଧ୍ୟମରେ ମା’ଙ୍କ ପ୍ରତି ନିଃସ୍ୱାର୍ଥପରତାର ସହିତ ପ୍ରେମ ଓ ସମ୍ମାନ ଉତ୍ସର୍ଗ କରିଥିଲେ ।

ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସଂଗୀତ ଓ ନୃତ୍ୟ ଶିକ୍ଷକମାନେ ନିଜର ଭୂମିକା ସୂଚାରୁରୁପେ ତୁଲାଇଥିଲେ ।

ସାଇ ଅନ୍ତର୍ଜାତୀୟ ଆବାସିକ ବିଦ୍ୟାଳୟ (ଏସଆଇଆରଏସ)ର ଛାତ୍ରଛାତ୍ରୀମାନେ ନିଜ ନିଜର ମାଆ ମାନଙ୍କୁ ସ୍ୱାଗତ ସଂଗୀତ ସହିତ ସୁନ୍ଦର ନୃତ୍ୟରେ ଅଭିବାଦନ ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଦୀର୍ଘ ୨ ଘଣ୍ଟା ଧରି ଚାଲିଥିଲା ।

ସାଇ ଇଣ୍ଟରନ୍ୟାସନାଲ ଚଳିତ ବର୍ଷ ଏହି ମାତୃତ୍ୱ ଦିବସକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିଥିଲା । ସମଗ୍ର ବିଶ୍ୱ ଏବେ କରୋନା ମହାମାରୀର ଆତଙ୍କରେ ଆଚ୍ଛାଦିତ ରହିଥିବା ବେଳେ ଏହା ପ୍ରତ୍ୟେକ ସାଇଓନିୟରଙ୍କ ସ୍ମୃତିରେ ଲିପିବଦ୍ଧ ହୋଇ ରହିବ ।

Leave A Reply

Your email address will not be published.