Latest Odisha News

BREAKING NEWS

ଆଜି ବଲିଉଡର `ସିରିଏଲ୍‌ କିସର୍‌’ଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କ ଜନ୍ମଦିନ। ସେ ତାଙ୍କର ଆଜି ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଉ କିସିଂ କରିବାକୁ ମନା କରିଛନ୍ତି ଇମ୍ରାନ ହାସମୀ । ଇମ୍ରାନ୍‌ଙ୍କ ସବୁ ଫିଲ୍ମରେ କିସିଂ ସିନ୍‌ ରହିଥାଏ । ଏଥିପାଇଁ ତାଙ୍କ ଫ୍ୟାନ ଇମ୍ରାନଙ୍କ ଫିଲ୍ମ ରିଲିଜକୁ ଅପେକ୍ଷା କରି ବସିଥାନ୍ତି । କିନ୍ତୁ ଏବେ ହଠାତ୍ ଆଉ ନିଜ ଫିଲ୍ମରେ କିସିଂ ସିନ୍ ଦେବାକୁ ମନା କରିଦେଇଛନ୍ତି ଇମ୍ରାନ । 

ଇମ୍ରାନ କହିଛନ୍ତି, ଫିଲ୍ମରେ ଆଉ କିସିଂ ସିନ୍‌ର କୌଣସି ମହତ୍ତ୍ୱ ନାହିଁ । ଧୀରେ ଧୀରେ ଏହାର କ୍ରେଜ୍ କମିବାକୁ ଲାଗିଲାଣି । ପୂର୍ବରୁ ଲୋକେ କିସିଂ ସିନ୍‌କୁ ବିରୋଧ କରୁଥିଲେ, ଇଣ୍ଡଷ୍ଟ୍ରିରେ ମଧ୍ୟ ସମାନ ସ୍ଥିତି ରହିଥିଲା । କିନ୍ତୁ ଏବେ ଏହା ଏକ କମନ୍ କଥା । ଇମ୍ରାନ୍ କହିଛନ୍ତି, ତାଙ୍କ ଫିଲ୍ମର କଣ୍ଟେଟ ଭଲ ଥିଲେ ମଧ୍ୟ କେବଳ ପପୁଲାରିଟି କିସିଂ ସିନ୍‌କୁ ନେଇ ବଢ଼ୁଛି । ଯାହା ତାଙ୍କୁ ଭଲ ଲାଗୁନାହିଁ ।

ଇମ୍ରାନଙ୍କ ବିବାହକୁ ୧୮ ବର୍ଷ ହୋଇଗଲାଣି । ସେ ତାଙ୍କ ବିବାହିତ ଜୀବନରେ ବେଶ ଖୁସି ଅଛନ୍ତି । ଇମ୍ରାନ ତାଙ୍କ ପତ୍ନୀ ପରଭିନ୍ ସାହନି ଏବଂ ପୁଅକୁ ଖୁବ୍ ଭଲ ପାଆନ୍ତି । ଇମ୍ରାନ କହିଛନ୍ତି, ପରଭିନ୍ ଏବେବି ମୋର କିସିଂ ସିନ୍ ଦେଖି ରାଗିଯାଆନ୍ତି । ମୋର ପ୍ରତ୍ୟେକ ଫିଲ୍ମ ଏବଂ ପ୍ରତ୍ୟେକ କିସିଙ୍ଗ ସିନ୍ ପାଇଁ ମୁଁ ତାଙ୍କୁ ଏକ ବ୍ୟାଗ୍ କିଣି ଆଣି ଦିଏ । ସେ ମୋତେ ସେହି ବ୍ୟାଗରେ ମାରନ୍ତି । ପରଭିନ୍ ଙ୍କର ଗୋଟିଏ ଆଲମାରୀ କେବଳ ବ୍ୟାଗରେ ଭର୍ତ୍ତୀ ହୋଇଛି । ଏବେ ସେ ମୋତେ ଆଉ ବ୍ୟାଗରେ ନ ମାରି ହାତରେ ମାରୁଛନ୍ତି । 

ଇମ୍ରାନ ୨୦୦୨ ମସିହାରେ `ରାଜ’ ଫିଲ୍ମରୁ ସହକାରୀ ନିର୍ଦ୍ଦେଶକ ରୂପେ କାମ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ୨୦୦୩ରେ ସେ `ଫୁଟପାଥ’ ଚଳଚ୍ଚିତ୍ରରୁ ବଲିଉଡରେ ଡେବ୍ୟୁ କରିଥିଲେ। ଇମ୍ରାନ ଅନେକ ଫିଲ୍ମରେ କାମ କରି ବି-ଟାଉନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.