ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଧନୀ ବ୍ୟକ୍ତି ଶିବ ନାଦର ୨୦୨୩-୨୪ ଆର୍ଥିକ ବର୍ଷରେ ଦାନବୀର ତାଲିକାରେ ଆଗରେ ରହିଛନ୍ତି। ଏଚସିଏଲ୍ ଟେକ୍ନୋଲୋଜି ପ୍ରତିଷ୍ଠାତା ତଥା ଭାରତୀୟ ବିଲିୟନେୟାର ନାଦାର ଚଳିତ ବର୍ଷ ଦାନ ସ୍ବରୂପ ୨୧୫୩ କୋଟି ଟଙ୍କା ଦାନ କରିଛନ୍ତି। ଗତ ବର୍ଷ ତୁଳନାରେ ଏହି ପରିମାଣ ୫% ଅଧିକ ରହିଛି।
ନାଦର ପୁଣି ଥରେ ପ୍ରମାଣ କରିଦେଇଛନ୍ତି ଯେ ତାଙ୍କର ଧ୍ୟାନ କେବଳ ବ୍ୟବସାୟରେ ସୀମିତ ନୁହେଁ ବରଂ ସମାଜର ଉନ୍ନତିରେ ମଧ୍ଯ ତାଙ୍କର ଅବଦାନ ରହିଛି।
ଏପରିକି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଦେଶର ଧନୀ ବ୍ୟକ୍ତିଙ୍କୁ ମଧ୍ଯ ନାଦାର ପଛରେ ପକାଇ ଦେଇଛନ୍ତି। ତେବେ ଅମ୍ବାନୀ ଚଳିତ ବର୍ଷ ୪୦୭ କୋଟି ଟଙ୍କା ଏବଂ ଆଦାନୀ ୩୩୦କୋଟି ଟଙ୍କା ଦାନ କରିଛନ୍ତି। ଯାହାଫଳରେ ନାଦରଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ।
Comments are closed.