Latest Odisha News

BREAKING NEWS

ଲକଡାଉନ୍ ୩.୦: କଟକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: କଟକ ସହରରେ ମଦ ଦୋକାନ ଖୋଲିବା ପ୍ରସଙ୍ଗରେ ଏକ ପିଟିସନକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନୋଟିସ୍ ପ୍ରଦାନ କରିଛନ୍ତି ।

କଟକ ସହରର ପ୍ରକାଶ କୁମାର ରାଉତରାଏ ଏବଂ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଅଦାଲତ । ମଙ୍ଗଳବାର ଦିନ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଟକ ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ଅନଲାଇନ୍ ଓ ଅଫଲାଇନ ଯୋଗେ ମଦ ଦୋକାନ ଖୋଲାଯିବା ନେଇ ମାମଲା ଦାଏର କରାଯାଇଥିଲା ।

ଅଧିକ ପଢନ୍ତୁ: ମଦ ଲାଗି ଛକାପଞ୍ଝା: ପ୍ରଥମ ଦିନ କର୍ଣ୍ଣାଟକରେ ୪୫ କୋଟି ଟଙ୍କାର ମଦବିକ୍ରି !

ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ଜଷ୍ଟିସ୍ ଏସକେ ମିଶ୍ରଙ୍କ ତତ୍ୱାବଧାନରେ ଅଦାଲତଙ୍କ ଏକ ଡିଭିଜନ ବେଞ୍ଚ୍ ଏହି ମାମଲାର ଶୁଣାଣି ଆସନ୍ତା ଗୁରୁବାର ଦିନ ହେବ ବୋଲି ଧାର୍ଯ୍ୟ ହୋଇଛି ।

ଏବେ ରାଜ୍ୟରେ ଲକଡ଼ାଉନ୍ କଟକଣା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବା ନେଇ ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିବେ ।

ଏଠାରେ ସୂଚନାଯୋଗ୍ୟ, ସିଏମସି ମେ ୩ ତାରିଖରେ ସାମାଜିକ ଦୂରତା ରକ୍ଷା କରି ସେଲୁନ, ସ୍ପା, ଲାଇସେନ୍ସ ପ୍ରାପ୍ତ ମଦଦୋକାନ ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୋକାନ ଗୁଡ଼ିକ ଖୋଲା ରଖିବାକୁ ସିଏମସି ଅନୁମତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.