Latest Odisha News

BREAKING NEWS

ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହେଲା ଏଚଡିଏଫସି; ଏମ-କ୍ୟାପ ୧୦୦ ଆରବ ଡଲାର ଟପିଲା !

ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏଚଡିଏଫସି ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହୋଇଗଲା | ଗୁରୁବାରକୁ ବ୍ୟାଙ୍କର ମାର୍କେଟ କ୍ୟାପ (ବଜାର ପୁଞ୍ଜିକରଣ) ୧୦୦ ଆରବ ଡଲାର ରୁ ଉର୍ଦ୍ଧ୍ବ ରେ ପହଂଚି ଯାଇଛି |

ବ୍ୟାଙ୍କ ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଟିସିଏସ ପରେ ୧୦୦ ଆରବ ଡଲାର କ୍ଲବ ରେ ମଧ୍ୟ ସାମିଲ ହୋଇଯାଇଛି | ରିଲାଏନ୍ସ ପୁଞ୍ଜିକରଣ ବର୍ତ୍ତମାନ ସୁଦ୍ଧା ୧୪୦.୭୪ ଆରବ ଡଲାର ଥିଲାବେଳେ ଟିସିଏସ ର ବଜାର ପୁଞ୍ଜିକରଣ ୧୧୪.୬୦ ଆରବ ଡଲାର ଅଛି |

ବିଶ୍ୱରେ ବ୍ୟାଙ୍କ ର ସ୍ଥାନ ସବୁ ମୂଲ୍ୟବାନ କମ୍ପାନୀ ମାଧ୍ୟମରେ ୧୧୦ତମ ସ୍ଥାନ ଅଛି | ସେହିପରି ଏହି ବ୍ୟାଙ୍କ ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ଲିଷ୍ଟ ରେ ୨୬ତମ ସ୍ଥାନ ରେ ଅଛି |

ନିବେଶକଙ୍କ ଆଶା କରୁଛନ୍ତି କି ମାର୍ଚ୍ଚ ପର୍ଯ୍ୟନ୍ତ ବ୍ୟାଙ୍କ ର ଆୟ ବହୁତ ଭଲ ପଦର୍ଶନ କରିବ ଓ ସୁଦ୍ଧ ଲାଭ ରେ ୨୦ ପ୍ରତିଶତ ବୃଦ୍ଧି ଘଟିବ | ବ୍ୟାଙ୍କର ସମ୍ପତି ର ଗୁଣବତ୍ତା ବହୁତ ଭଲ ରହିବ ଓ ଋଣ ନେଣଦେଣ ବହୁତ ଭଲ ରହିବ |

Leave A Reply

Your email address will not be published.