Latest Odisha News

BREAKING NEWS

ସୋଆରେ ‘ଆତିଥ୍ୟ’ ଉପରେ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜିତ


ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭୁତ ବିକାଶ ଦ୍ୱାରା ହିଁ ମରିସସର ଅର୍ଥନୈତିକ ଉନ୍ନତି ସମ୍ଭବ ହୋଇପାରିଛି ଓ
ଭାରତରେ ମଧ୍ୟ ଏହା ସମ୍ଭବ ବୋଲି ବୁଧବାର ମରିସସର ରାଷ୍ଟ୍ରଦୂତ ଜଗଧିଶ୍ୱର ଗୋବର୍ଦ୍ଧନ କହିଛନ୍ତି ।

ଶିକ୍ଷା ଓ ଅନସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ)  ଦ୍ବାରା ଆୟୋଜିତ ୨ ଦିନିଆ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କରି ଶ୍ରୀ ଗୋବର୍ଦ୍ଧନ କହିଛନ୍ତି।

ମରିସସ୍ ତା’ର ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରଗତି କରିପାରିଛି । ମରିସସ୍ ଓ ଭାରତର ସମ୍ପର୍କ ଅତି ନିବିଡ ଓ ହିନ୍ଦୀ ଭାଷାର ବିଶ୍ୱସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ମରିସସରେେ ରହିଛି ।

ତେବେ ଭାରତୀୟମାନେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଅଧିକ ପଦକ୍ଷେପ ନେବା ଉଚିତ୍ ବୋଲି ସେ ମତ ପ୍ରକାଶ କରି ଏହାକୁ ଏକ ବିଶ୍ୱସ୍ତରୀୟ ଭାଷା କରିବାକୁ ସମସ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ।

ପରିବେଶ ଉପଯୋଗୀ ପର୍ଯ୍ୟଟନର ବିକାଶ ଉପରେ ଗୋବର୍ଦ୍ଧନ ଗୁରୁତ୍ୱ ପ୍ରଦାନ କରି ଦିନେ ଚିନି ଶିଳ୍ପ ମରିସସରର ଅର୍ଥନୀତିର ୯୮ ପ୍ରତିଶତ ହୋଇଥିବା ବେଳେ ବର୍ତମାନ ଏହି ସ୍ଥାନ ପର୍ଯ୍ୟଟନ ଅଧିକାର କରିଛି ବୋଲି କହିଥିଲେ ।

“ଆତିଥ୍ୟ : ଅତୀତ, ବର୍ତମାନ ଓ ଭବିଷ୍ୟତ” ଶୀର୍ଷକ ଏହି ୨- ଦିନିଆ କର୍ମଶାଳାରେ ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ଅନେକ
ଶିଳ୍ପପତି, ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

ସୋଆ ହୋଟେଲ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ତଥା ଉପଦେଷ୍ଟା
ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଓପିଏସ୍ସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିବେକ ପଟ୍ଟନାୟକ, ପ୍ୟାରିସ୍
ବିଶ୍ୱବିଦ୍ୟାଳୟର ସାଉଥ୍ ଏସିଆନ୍ ହିଷ୍ଟି ୍ର ଆଣ୍ଡ ଫିଲୋଲଜିର ନିର୍ଦ୍ଦେଶକ ପ୍ରଫେସର ଜୋହାନ୍ ଇ. ଏମ୍. ହୁବେନ୍ ପ୍ରମୁଖ ଆତିଥ୍ୟର ଗୁରୁତ୍ୱ ଓ ଭବିଷ୍ୟତ ସମ୍ପର୍କରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଆର୍. କେ. ଚୋହାନ ଭାରତରେ ଅତୀତରେ କିଭଳି ଆତିଥ୍ୟକୁ ଗୁରୁତ୍ୱ
ଦିଆଯାଉଥିଲା ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସୋଆ କୁଳସଚିବ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.