Latest Odisha News

BREAKING NEWS

ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଥିବା ଏଏନଏମଙ୍କ ପାଇଁ ବଡ଼ ଖବର । ଯୋଗ୍ୟତା ଭିତ୍ତିରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ । ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ସମ୍ପର୍କରେ ବିଧାନସଭାରେ ବିବୃତି ରଖି ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ରାଜ୍ୟରେ ୧୦୯୯ଟି ଏଏନ୍‌ଏମ୍‌ ପଦ ଖାଲି ପଡ଼ିଛି ।

କୋଭିଡ୍ ସମୟରେ ଅସ୍ଥାୟୀ ଭାବରେ ନିଯୁକ୍ତି ପାଇଥିବା ଏଏନଏମ୍ ଦୀର୍ଘ ମାସ ହେବ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଚଳାଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିରେ ଅହୋରାତ୍ର ଆନ୍ଦୋଳନ ଜାରି ରଖିଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିରେ ନଭେମ୍ବର ୨୮ ତାରିଖରୁ ଅହୋରାତ୍ର ଆନ୍ଦୋଳନ ଚଳାଇଛନ୍ତି ଏଏନଏମ୍ କର୍ମୀ ।

Leave A Reply

Your email address will not be published.