Latest Odisha News

BREAKING NEWS

ବିଧାନସଭାରେ ବାଲି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ଉଦବେଗ ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ବାଲି ତାତି । ବାଲି ନୀତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସରକାର କାହିଁକି ବାଲି ନୀତି ଆଣି ନାହାନ୍ତି ବୋଲି ପ୍ରଶ୍ନ କରିଥିଲା ବିଜେପି । ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ଦଳ ପଚାରିଥିଲା ।

କଂଗ୍ରେସ କହିଛି, ବାଲି ବାବଦରେ ରାଜ୍ୟ ସରକାର ୧୫ସହ କୋଟି ରାଜସ୍ୱ ପାଉଛନ୍ତି । କିନ୍ତୁ ୫୦୦୦ କୋଟି ରାଜସ୍ୱ ହରାଉଥିବା କହିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି ।

ସେହିପରି ବାଲି ନୀତି ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବାଚସ୍ପତି । ନିଜ ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି ବାଚସ୍ପତି କହିଥିଲେ । କାହିଁକି ୩ ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ ବି କରିଥିଲେ ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ କହିଥିଲେ, ବିଦେଶକୁ ବାଲି ଚାଲାଣ ହେଉନାହିଁ । ଦୁଇରୁ ତିନିଟି ରାଜ୍ୟକୁ ଆମେ ବାଲି ଦେଇଛୁ । ଖୁବ ଶୀଘ୍ର ସରକାର ବାଲିର ସ୍ୱତନ୍ତ୍ର ନୀତି କରିବାକୁ ଯାଉଥିବା ଗୃହକୁ ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ।

Leave A Reply

Your email address will not be published.