Latest Odisha News

ରାଜ୍ୟ ପାଳିଛି ୭୭ତମ ସ୍ଵାଧୀନତା ଦିବସ: ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ

ଭୁବନେଶ୍ଵର: ଆଜି ୭୭ତମ ସ୍ଵାଧୀନତା ଦିବସ । ସେଥିପାଇଁ ସଜେଇ ହୋଇଛୀ ପୁରପଲ୍ଲୀ । ଦେଶର କୋଣ ଅନୁକୋଣରେ ଉଡିଛି ଜାତିୟ ପତାକା । ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ । ରାଜ୍ୟର ସବୁ ଗଳିକନ୍ଦିରେ ଶୁଭିଛି ଭାରତ ମାତାର ଅମୃତ ଗାନ । ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ୭୭ତମ ସ୍ଵାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ସେହିପରି ନୂଆପଡା ମିନି ଷ୍ଟାଡିୟମ ଠାରେ ୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ୟ ରେ ଉଦବୋଧନ ଦେଇ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇ ଜିଲ୍ଲାର ପୂର୍ବ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ରେ ବିଶେଷ ପରିବର୍ତ୍ତନ କହିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ରାମେଶ୍ବର ଷ୍ଟାଡ଼ିୟମରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ପତାକା ଉତ୍ତୋଳନ ସହ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ବକ୍ତବ୍ୟ କରିଥିଲେ ମନ୍ତ୍ରୀ ରୀତା ସାହୁ ।

ଯାଜପୁର କୁସୁମା ସମ୍ମୁଖ ପଡିଆରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶର ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ କୁ ମନେ ପକାଇଥିଲେ।

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୭୭ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସଦୀୟ ବ୍ୟାପାର ,ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ନିଜ ଅଭିଭାଷଣରେ ସେ ଦେଶ ସ୍ବାଧିନତା ସଂଗ୍ରାମ ପାଇଁ ଆତ୍ମବଳି ଦେଇଥିବା ମହାପୁରୁଷଙ୍କ ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ସେ ସମଗ୍ର ରାଜ୍ୟରେ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଥିବା କହିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଅନୁଷ୍ଠାନିକ ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ସହିତ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମିଚାରୀମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସ କୁ ପାଳନ କରିଥିଲେ ।

 

Leave A Reply

Your email address will not be published.