Latest Odisha News

ତ୍ୱଚା ଏବଂ କେଶ ଲାଗି ଲାଭଦାୟକ ଦହି : ପ୍ରତିଦିନ ଖାଦ୍ୟରେ ବି କରନ୍ତୁ ସାମିଲ ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ସାଧାରଣତଃ କିଛି ଲୋକ ଦହି ଖାଇବାକୁ ଭଲ ପାଆନ୍ତି  । ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ  । ତେବେ ଆସନ୍ତୁ ଜାଣିବା ଦହି ଆମ ସ୍ବାସ୍ଥ୍ୟପାଇଁ କେତେ ଉପଯୋଗୀ । ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏହା ପାଚନ କ୍ରିୟାକୁ ମଧ୍ୟ ତ୍ବରିତ କରିଥାଏ । ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି।

ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। ପ୍ରତିଦିନ ଦହି ଖାଇଲେ ପେଟ ଥଣ୍ଡା ରହିଥାଏ  । ତେଣୁ ସମସ୍ତ ପ୍ରକାର ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ  ।  ଦହି ଖାଇବା ଦ୍ବାରା ଶରୀରରେ ହାଡ ମଧ୍ୟ ମଜବୁତ୍ ହୋଇଥାଏ । ଦାନ୍ତ ଏବଂ ନଖକୁ ମଧ୍ୟ ଶକ୍ତ ରଖେ ଦହି । ଦହି ତ୍ୱଚା ଏବଂ କେଶ ଲାଗି ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ। ଦହିରେ ବେସନ ମିଶାଇ ଲଗାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ଦେଖାଯାଇଥାଏ। କେଶରେ ଦହି ଲଗାଇବା ଦ୍ବାରା ରୂପି ସମସ୍ୟା ମଧ୍ୟ ଦୂର ହୁଏ  ।

Comments are closed.