Latest Odisha News

BREAKING NEWS

କ୍ୟାନସରରୁ ରକ୍ଷାକରେ ତୁଳସୀ !

ଅନେକ ଲାଭଯୁକ୍ତ ଗୁଣରେ ଭରପୂର ତୁଳସୀ ବୃକ୍ଷକୁ ଜଡିବୁଟିର ରାଣୀ ବୋଲି କୁହାଯାଏ । ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ ପୂଜନୀୟ, ପବିତ୍ର ଓ ଦୈବୀ ସ୍ୱରୂପ ଭାବେ ପରିଗଣିତ ।

ତେବେ ଆସନ୍ତୁ ଜାଣିବା ତୁଳସୀର କ’ଣ ସବୁ ଭଲ ଗୁଣ ରହିଛି:

– ତୁଳସୀରେ ଥିବା ଫାଇଟୋକେମିକାଲ କ୍ୟାନସର ଭଳି ରୋଗରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

– ଏକ ଗ୍ଲାସ ପାଣିରେ ତିନି ଚାରୋଟି ତୁଳସୀ ପତ୍ର ପକାଇ ଏହାକୁ ଗୋଟିଏ ରାତି କିମ୍ବା ୪ରୁ ୫ ଘଣ୍ଟା ରଖି ଦିଅନ୍ତୁ । ତାହାପରେ ତୁଳସୀ ପତ୍ର ଛାଣି ଏହି ପାଣି ପିଇବା ଦ୍ୱାରା ଥଣ୍ଡା, ସର୍ଦ୍ଦି ଭଳି ଜୀବାଣୁଜନିତ ରୋଗରୁ ଉପଶମ ମିଳିଥାଏ ।

– ଏହାର ପାଣିକୁ ଫୁଟାଇ ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ତୁଳସୀ ପତ୍ର ପାଣିରେ ଆଣ୍ଟି ଇମ୍ପିଲେମେଟରୀ ତତ୍ତ୍ୱ ରହିଥାଏ । ଯାହା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ଦେଇଥାଏ ।

– ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଶରୀର ମଧ୍ୟରୁ ଟକ୍ସିନ ଦୂର ହୋଇଥାଏ । ଏହାଛଡା କିଡନୀ ଓ ଲିଭର ଜନିତ ରୋଗ ପାଇଁ ତୁଳସୀ ପତ୍ର ପାଣି ଔଷଧ ଭଳି କାମ କରିଥାଏ ।

– କେବଳ ଏତିକି ନୁହେଁ ଏହାଦ୍ୱାରା ଶରୀରରେ ଏସିଡର ମାତ୍ରା ସନ୍ତୁଳିତ ରହିଥାଏ । ଏହାଦ୍ୱାରା ପେଟ ଜନତି ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ ।

– ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ବ୍ଲଡ ସୁଗାର କଣ୍ଟ୍ରୋଲରେ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ତୁଳସୀ ପତ୍ର ପାଣି ବେଶ ଉପଯୋଗୀ ।

– କେବଳ ତୁଳସୀ ପତ୍ର ପାଣି ନୁହେଁ, ତୁଳସୀ ପତ୍ର ଚା’ ମଧ୍ୟ ଶରୀର ପାଇଁ ବେଶ ଉପଯୋଗୀ । ଏହାଦ୍ୱାରା ଥଣ୍ଡା, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗର ପ୍ରଭାବ କମ ପଡିଥାଏ । ତୁଳସୀ ପତ୍ରରେ ପ୍ରସ୍ତୁତ ହୋଇଥିବା ଜୁସ ଶରୀର ପ୍ରତି ବେଶ ହିତକାରକ । ଏହାକୁ ପିଇବା ଦ୍ୱାରା କଫ ଭଳି ସମସ୍ୟା ଦୂର ହୋଇଥାଏ ।

– ମୁହଁରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ତଥା ବ୍ରଣ ଦାଗ ଆଦିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରର ରସକୁ ପ୍ରଭାବିତ ସ୍ଥାନରେ ପ୍ରୟୋଗ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଏହି ସମସ।ରୁ ମୁକ୍ତି ପାଇପାରିବେ ।

– ଶରୀରର ଓଜନ କମାଇବାରେ ତୁଳସୀ ପତ୍ର ବେଶ ଲାଭଦାୟକ ହୋଇଥାଏ ।

Leave A Reply

Your email address will not be published.