Latest Odisha News

BREAKING NEWS

ବିଜେଡ଼ି ସଦସ୍ୟଙ୍କ ପ୍ରଶ୍ନରେ ଏମିତି ମନ୍ତ୍ରୀ କି’ ଉତ୍ତର ଦେଲେ ଯେ, ଚୁପ ରହିଲେ ବିଧାୟକ !

ଭୁବନେଶ୍ୱର: ଗୁରୁବାର ଦିନ ଓଡ଼ିଶା ବିଧାନସଭାର ଶୂନ୍ୟକାଳ ସମୟରେ ଶାସକ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ରୋଚକ ପ୍ରଶ୍ନରେ ରାଜସ୍ୱ ଓ ଦୁର୍ବିପାକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଚଟାପଟ୍ ଉତ୍ତର ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା ।

ବିଧାୟକ ସରକାରଙ୍କଠୁ ଜାଣିବାକୁ ଚାହିଁଥିଲେ ଯେ, ଏମିତି ସରକାର ପାଖରେ କିଛି ସାଇଣ୍ଟିଫିକ୍ ଟେକନିକ୍ , ବା ସେମିତି କିଛି ଯନ୍ତ୍ର ରହିଛି କି ଯେ, ଯାହାଦ୍ୱାରା ଫନୀ ବାତ୍ୟାର ପବନ ଓ ଗତି କୁଆଡ଼େ ଚାଲିଗଲା ।

ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କ ଉତ୍ତରରେ କହିଥିଲେ ଯେ, ରାଜ୍ୟ ସରକାର ପୂର୍ବରୁ ଜାଣିଥିଲେ ଯେ, ବାତ୍ୟା ଆସୁଛି ବୋଲି । “ଯଦି ନୂଆ ବାତ୍ୟା କି କୌଣସି ପ୍ରାକୃତିକ ଦୁର୍ବିପାକ ଓଡ଼ିଶାକୁ ଆସିବ ତେବେ ମୋ ବିଭାଗ ଅନ୍ୟ ଦେଶ ପରି ବ୍ୟବହାର କରୁଥିବା ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ତାହାକୁ ଚୁଟକିରେ ଉଡ଼ାଇ ଦେବେ ।”

Leave A Reply

Your email address will not be published.