Latest Odisha News

ମେଦବହୁଳତା ଓ ଡାଇବେଟିସ୍ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍

ନୂଆଦିଲ୍ଲୀ : ଆଜିର ଯୁଗରେ  ମେଦବହୁଳତା ଏବଂ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ରହିଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଏବେଠାରୁ କ୍ୟାପ୍ସିକମକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟଥାଳିରେ ସାମିଲ କରିବା ଆରମ୍ଭ କରନ୍ତୁ  ।

କ୍ୟାପ୍ସିକମ୍ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିନପାରେ , କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ  । ପ୍ରତିଦିନ ଏହାକୁ କୌଣସି ପ୍ରକାର ଆମ ଖାଦ୍ୟରେ ସାମିଲ କରିବା ଉଚିତ୍ ।କ୍ୟାପ୍ସିକମରେ ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି  ।  ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ କ୍ୟାପ୍ସିକମରେ  ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ ନାମକ ଦୁଇ ପ୍ରକାରର ଏନଜାଇମ ରହିଛି  ।

ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି। ମେଦବହୁଳତାର ଶିକାର ହେଉଥିବା ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ଖାଇବା ଉଚିତ। ଏହାକୁ ସାଲାଡ କରି ଖାଇ ପାରିବେ ଅବା ରାନ୍ଧିକି ଖାଇପାରିବେ  । ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବା ସାମର୍ଥ ରଖୁଛି। ତେଣୁ ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ  । ତା’ଛଡ଼ା ମାନସିକଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍  ।

Comments are closed.