Latest Odisha News

BREAKING NEWS

ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ର : ଦୂର ହେବ ଏସବୁ ରୋଗ..

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି  । କିଏ ସବୁଜ ପନିପରିବା ଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି  । ଆମେ ସାଧାରଣତଃ ଆମ ରୋଷେଇ କାର୍ଯ୍ୟରେ ଧନିଆ ପତ୍ରକୁ ବ୍ୟବହାର କରୁ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତିନାହିଁ ।

ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଉପଯୋଗୀ । ଧନିଆ ପତ୍ରରେ ସାଧାରଣତଃ ଭିଟାମିନ ଏ ଏବଂ ଭିଟାମିନ୍ ସି ରହିଥାଏ  । ଯାହାକୁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ  । ଧନିଆର ପତ୍ର ତ୍ବଚା ପାଇଁ ବି ଖୁବ୍ ଭଲ ହୋଇଥାଏ। ଆଣ୍ଠୁଗଣ୍ଠି  ସମସ୍ୟାରୁ ମୁକ୍ତି ପାଇବାକୁ ବି ଆପଣମାନେ ଧନିଆ ପତ୍ର ଖାଇପାରିବେ ।

Leave A Reply

Your email address will not be published.