Latest Odisha News

BREAKING NEWS

ନିୟମିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ, ଅନେକ ରୋଗଠାରୁ ଦୂରେଇ ରୁହନ୍ତୁ

ଲୋକମାନଙ୍କୁ ତମ୍ବା ପାତ୍ରରେ ପାଣି ପିଉଥିବାର ଦେଖିଥିବେ। ଘରର ବୟସ୍କ ଓ ଡାକ୍ତରମାନେ ମଧ୍ୟ ତମ୍ବା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ। ଆୟୁର୍ବେଦ ଅନୁଯାୟୀ ତମ୍ବା ପାତ୍ରରେ ଜଳ ରଖି ପିଇବା ଦ୍ୱାରା ଅମ ଶରୀରକୁ ଅନେକ ଲାଭ ମିଳିଥାଏ।

ପେଟର ଚର୍ବି କମ୍ କରେ ତମ୍ବା ଜଳ…
ତମ୍ବା ପାତ୍ରରୁ ପାଣି ପିଇବା ଦ୍ୱାରା ଆମେ ଆମର ପେଟର ଚର୍ବିକୁ ହ୍ରାସ କରିପାରିବା। ଏଥିରେ ଆପଣଙ୍କର ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାର କ୍ଷମତା ମଧ୍ୟ ଅଛି। ଏହାସହ ତମ୍ବା ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ। ଏହା ସହିତ ଏହା ଆମର ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ।

କର୍କଟ କୋଷକୁ ବଢିବାକୁ ଦିଏ ନାହିଁ…
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତମ୍ବା ପାତ୍ରରେ ପାଣି ପିଇଲେ କର୍କଟ କୋଷ ବା କ୍ୟାନସର ସେଲ ବଢିବାରେ ରୋକାଯାଇପାରିବ। ତମ୍ବାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-କ୍ୟାନ୍ସର ଗୁଣ ରହିଛି, ଯାହା ଶରୀରରେ କର୍କଟ ରୋଗକୁ ବଢିବାରେ ରୋକ ଲଗାଇଥାଏ। ସେହିପରି ଫ୍ରି ରେଡିକାଲରୁ ମଧ୍ୟ ରକ୍ଷା କରିପାରେ ଏହି ତମ୍ବା ପାତ୍ର ଜଳ। ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ତମ୍ବା ପାତ୍ରରେ ପାଣି ପିଅନ୍ତୁ।

ରକ୍ତହୀନତା ସମସ୍ୟା ଦୂର କରେ…
ତମ୍ବାରେ ପ୍ରଚୁର ପରିମାଣରେ ଲୌହ ଅଂଶ ମିଳିଥାଏ, ଯାହା ଆମ ଶରୀରରେ ଆଇରନ ଅଭାବକୁ ଦୂର କରେ। ଯଦି ଆପଣ ତମ୍ବା ପାତ୍ରରେ ପାଣି ପିଅନ୍ତି, ତେବେ ଏଥିରୁ ଲୌହ ଅଭାବ ଦୂର ହୋଇପାରିବ। ଏହା ରକ୍ତହୀନତା ଭଳି ଗମ୍ଭୀର ସମସ୍ୟାକୁ ମଧ୍ୟ ରୋକିପାରେ।

ପେଟ ସମସ୍ୟା ଦୂର କରେ…
ଆମ ଶରୀରରେ ବ୍ୟାକ୍ଟେରିଆ ନଷ୍ଟ କରିବାରେ ତମ୍ବା ପ୍ରଭାବଶାଳୀ। ଏହା ଆମ ପେଟ ସଂକ୍ରମଣ, କ୍ଷତ ଏବଂ ଆଲସର ସମସ୍ୟାକୁ ଦୂର କରିଥାଏ। ଯଦି ଆପଣ ପେଟଜନିତ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଏକ ତମ୍ବା ପାତ୍ରରେ ନିୟମିତ ପାଣି ପିଅନ୍ତୁ।

Comments are closed.