Latest Odisha News

BREAKING NEWS

ପାପ ପଇସାରେ ଏଭଳି ରାଜକୀୟ ଠାଣିରେ ଚଳୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର: ଦାମୀ ଗାଡ଼ି ସାଙ୍ଗକୁ ରାଜ ଉଆସ ଭଳି ଘର । ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ହେଲେ ଭଦ୍ର ମୁଖା ତଳେ ଛପି ରହିଥିଲା ସୈତାନ୍ । ମହିଳା ଜଣଙ୍କ ଅନେକ ନାମୀ ଦାମୀ ଲୋକଙ୍କୁ ନିଜ ଜାଲରେ ଫସାଇବା ପରେ କରୁଥିଲେ ବ୍ଲାକମେଲିଂ । ଏବେ ଏହି ୪୨୦ ମହିଳା ଅର୍ଚ୍ଚନାଙ୍କ ହାତରେ ପଡ଼ଛି ହାତକଡ଼ି ।

ପାପ ପଇସାରେ ସ୍ୱାମୀଙ୍କ ସହ ମିଶି ଅର୍ଚ୍ଚନା ଏତେ ବଡ଼ ଘର କରିଥିଲେ । ଘର ଭିତରେ ଖଞ୍ଜିଥିଲେ ଦାମୀ କମ୍ପାନୀର ଭଳିକି ଭଳି ସୌଖୀନ ସାମଗ୍ରୀ । ଆଉ ଏସବୁ ଦେଖିଲେ ଯେ କେହି ବି ଫାସରେ ପଡ଼ିବା ସ୍ୱାଭାବିକ । ମିଠା ମିଠା କଥା କହି ବଡ଼ ବଡ଼ ବ୍ୟକ୍ତିଙ୍କୁ ନିଜ ଫାସରେ ପକାଉଥିଲେ ଅର୍ଚ୍ଚନା ।

ସୋସିଆଲ୍ ମିଡିଆରୁ ଗଢ଼ି ଉଠୁଥିବା ସମ୍ପର୍କର ଅନୈତିକ ଚିତ୍ର କଏଦ ହେଉଥିଲା ବେଡରୁମରେ ଲାଗିଥିବା ସିସିଟିଭିରେ । ଆଉ ଏହା ପରେ ନିଜ ଅସଲ ରୂପ ଦେଖାଉଥିଲେ ଅର୍ଚ୍ଚନା । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ରଖି ବ୍ଲାକମେଲିଂ କରୁଥିଲେ । ଟଙ୍କା ନଦେଲେ ସୋସିଆଲ୍ ମିଡିଆରେ ଛାଡ଼ିବା ସହ ପୋଲିସର ଧମକ ଦେଉଥିଲେ ଅର୍ଚ୍ଚନା ।

ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ମିଶି ଆଦିତ୍ୟ ଭିଲ୍ଲା ପ୍ରଡକ୍ସନ୍ ହାଉସ୍ କରିଥିଲେ । ରାଜ ଉଆସ ପରି ଦିଶୁଥିବା ଘରେ ସୁଟିଂ ହେଉଥିଲା ୱେବ୍ ସିରିଜ୍ । କେତେବେଳେ ଓଲିଉଡ୍ କଳାକାର ତ ଆଉ କେବେ ନେତା, ମନ୍ତ୍ରୀ ଅର୍ଚ୍ଚନାଙ୍କ ଘରର ଅତିଥି ହେଉଥିଲେ ।

ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶିବା ପରେ ସେହି ଫଟୋକୁ ଅନ୍ୟମାନଙ୍କୁ ଦେଖାଇ ବିଶ୍ୱାସ ଜନ୍ମାଉଥିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କ ସ୍ୱାମୀ ଭୁବନେଶ୍ୱରରେ ପୁରୁଣା ଗାଡ଼ି ବ୍ୟବସାୟ କରୁଥିବା ବେଳେ ଏବେ ଫେରାର୍ ଅଛନ୍ତି । ତେବେ ସ୍ୱାମୀ, ସ୍ତ୍ରୀଙ୍କ ସିଣ୍ଡିକେଟରେ ଆଉ କିଏ ସାମିଲ୍ ଅଛନ୍ତି ସେ ନେଇ ପୋଲିସ ମୁହଁ ଖୋଲି ନଥିବା ବେଳେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.