Latest Odisha News

ସ୍ଵାସ୍ଥ୍ୟପାଇଁ ବରଦାନ ସଜନା ଛୁଇଁ…

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ।

ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ । ଏହାଛଡା ଏହା ବିଟା କେରୋଟିନ୍, ପ୍ରୋଟିନ୍ ଓ ଅନେକ ପ୍ରକାର ଲବଣରେ ଭରପୂର ଏବଂ ମାଗ୍ନେସିୟମ୍ ,ପୋଟାସିୟମ୍ ଓ ଫାଇବରର ଅଂଶ ଏହି ସଜନା ଛୁଇଁରେ ରହିଛି। ଭିଟାମିନ୍ ସି ମଧ୍ୟ ଏହି ପରିବାରେ ଆବଶ୍ୟକ ପରିମାଣରେ ଅଛି। ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଥଣ୍ଡା, ସର୍ଦିରୁ ରକ୍ଷା ମିଳିବା ଥାଏ। କାଶ,ଗଳା ବସି ଯାଇଥିଲେ ଓ ଛାତିରେ କଫ ଜମିଯାଇଥିଲେ ସଜନା ଛୁଇଁ ଖୁବ ଫଳପ୍ରଦ ହୋଇଥାଏ। ସଜନା ଛୁଇଁ ଖାଇଲେ ଏହା ଶରୀରରେ ରକ୍ତକୁ ସଫା କରିଥାଏ ।

ଡାଇବେଟିସକୁ କଂଟ୍ରୋଲ କରିବାରେ ମଧ୍ୟ ଏହା ଖୁବ୍ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ଏହା ଅନେକ ରୋଗର ସଂକ୍ରମଣରୁ ରକ୍ଷା କରିଥାଏ। ପରୀକ୍ଷାରୁ ଜଣାପଡ଼ିଛି ଯେ ସଜନା ଛୁଇଁରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି। ଏଣୁ ବୟସ୍କ ଲୋକେ ପ୍ରତ୍ୟହ ଏହାର ଭଜା ଖାଇଲେ ସେମାନଙ୍କ ଆଣ୍ଠୁଗଣ୍ଠି ଦରଜ ଭଲ ହେବା ସହ ଅଣ୍ଟା ବ୍ୟଥା ଦୂର ହୁଏ। ଗର୍ଭବତୀ ମହିଳାଙ୍କ ପାଇଁ ଏହା ଏକ ଉତ୍ତମ ପରିବା। ଦୈନନ୍ଦିନ ସେମାନେ ଏହି ପରିବାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ପ୍ରସବ ପୀଡ଼ା କମ୍ ହେଉଥିବାର ବିଶେଷଜ୍ଞଙ୍କ ମତ। ସୌନ୍ଦର୍ୟ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ଯୁବତୀ ଓ ମହିଳାମାନେ ନିୟମିତ ଭାବେ ସଜନା ଛୁଇଁ ରସ କିମ୍ବା ଏହାର ଭଜା ଖାଇବା ଭଲ।

Comments are closed.