Latest Odisha News

BREAKING NEWS

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଡ଼, ଜାଣନ୍ତୁ ଏହାର ଫାଇଦା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଉତ୍ତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଗୁଡ଼ରେ ଥିବା ପୋଷକ ତତ୍ତ୍ୱ ବହୁ ରୋଗରୁ ମୁକ୍ତି ଦେବାକୁ ସହାୟତା ହୋଇଥାଏ । ତ୍ୱଚାରେ ଥିବା ଦାଗକୁ ଦୂର କରିଥାଏ । କେଶ ପାଇଁ ମଧ୍ୟ ବେଶ ଲାଭଦାୟକ । ଜାଣନ୍ତୁ ତ୍ୱଚା ଓ କେଶ ପାଇଁ କିପରି ଏହାକୁ ବ୍ୟବହାର କରିବେ….

ଗୁଡ଼ରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି । ତେଣୁ ନିୟମିତ ଗୁଡ଼ ସେବନ କଲେ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ ।ଗୁଡ଼କୁ ମୁହଁରେ ମଧ୍ୟ ଲଗାଇ ପାରିବେ । ଏଥିପାଇଁ ୧ ଚାମଚ ଗୁଡ଼ରେ , ୧ ଚାମଚ ଟମାଟୋ ରସ, ଅଳ୍ପ ଲେମ୍ବୁ ରସ, ସାମାନ୍ୟ ହଳଦୀ, ଅଳ୍ପ ଗରମ ଗ୍ରୀନ ଟି ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହା ମୁହଁକୁ ସୁନ୍ଦର କରିବା ସହ ମୁହଁର ବହୁ ସମସ୍ୟା ଦୂର କରିଥାଏ । ଗୁଡ଼ କେଶକୁ ଘନ ଓ ସୁନ୍ଦର କରିଥାଏ । କେଶରେ ଲଗାଇବା ପାଇଁ ଗୁଡ଼ରେ ମୁଲତାନି ମାଟି, ଦହି ଓ ପାଣି ମିଶାନ୍ତୁ । ଏହାକୁ କେଶରେ ଲଗାଇ ୧ ଘଣ୍ଟା ରଖି ଧୋଇ ଦିଅନ୍ତୁ । ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ ।

ବୟସ ବୃଦ୍ଧି ହେବା ସହ ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇଥାଏ । ଏହାସହ ନିୟମିତ ଗୁଡ଼ ଖାଇଲେ ତ୍ୱଚାର ସମସ୍ତ ଦାଗ ଦୂର ହୋଇଥାଏ । ଗୁଡ଼ରେ ବହୁ ପ୍ରକାରର ମିନେରାଲ୍ସ ଓ ଭିଟାମିନ ରହିଛି । ତେଣୁ ଏହା ଏକ ପ୍ରାକୃତିକ କ୍ଲିଜର ଭଳି କାମ କରେ । ମୁହଁ ଉଜ୍ଜ୍ୱଳ ହେବା ସହ ଚମକ ବୃଦ୍ଧି ପାଇଥାଏ । ଗୁଡ଼ ଖାଉଥିବା ବ୍ୟକ୍ତିଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ । ପେଟ ସଫା ରହିଥାଏ । ସାମାନ୍ୟ ଉଷୁମ ପାଣିରେ ମଧ୍ୟ ଗୁଡ଼ ପକାଇ ପିଇପାରିବେ । ଗୁଡ଼ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ । ଗୁଡ ଇମ୍ୟୁନିଟି ବଢାଇଥାଏ ଏବଂ କାଶ-ଥଣ୍ଡା ଭଳି ସ୍ୱାସ୍ଥ୍ୟ ରୋଗ ବିରୋଧରେ ଲଢିଥାଏ । ଗୁଡ଼ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା, ରକ୍ତହୀନତା ରୋକିବା, ଯକୃତ ଡିଟକ୍ସଫିକେସନ୍ ଏବଂ ଉନ୍ନତ ପ୍ରତିରକ୍ଷା କାର୍ଯ୍ୟରେ ଉନ୍ନତି ଆଣିଥାଏ ।

Leave A Reply

Your email address will not be published.