Latest Odisha News

BREAKING NEWS

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଲେମ୍ବୁ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଲେମ୍ବୁ କୁ ବ୍ୟବହାର କରିଥାଉ  ।  କେହି କେହି ପ୍ରତିଦିନ ଖାଦ୍ୟରେ ଲେମ୍ବୁ ଖାଇଥାନ୍ତି  । କିନ୍ତୁ ଆପଣମାନେ ଜାଣନ୍ତି କି ଲେମ୍ବୁ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଆସନ୍ତୁ ଜାଣିବା  । ଲେମ୍ବୁରେ ସାଧାରଣତଃ କ୍ୟାଲସିୟମ୍ , ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରହିଥାଏ । ଯାହା ହୃଦରୋଗ, ମଧୁମେହୁ ହ୍ରାସ କରିଥାଏ । ବର୍ତ୍ତମାନ ସମୟରେ ଖରାପ କୋଲେଷ୍ଟ୍ରଲ କମ୍ କରିବା ସମସ୍ତ ଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି  ।

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆପଣମାନେ ଲେମ୍ବୁକୁ ବ୍ୟବହାର କରିପାରିବେ । କାରଣ ଲେମ୍ବୁ ଚୋପାରେ ପେକ୍ଟିନ୍ ନାମକ ଏକ ପଦାର୍ଥ ଥାଏ  । ଯାହା ଓଜନ ହ୍ରାସ କରିବାରେ ସହାୟକ ହୁଏ । ଆହୁରି ମଧ୍ୟ ଲେମ୍ବୁ ଚୋପାରେ ଥିବା ଡି ଲିମୋନିନ୍ କର୍କଟ ରୋଗରୁ ମୁକ୍ତି ଦେଇଥାଏ  । ଗଲ୍ ବ୍ଲାଡରରେ ଷ୍ଟୋନ୍ ହୋଇଥିଲେ , ତାକୁ ମଧ୍ୟ ଭଲ କରିଥାଏ ଲେମ୍ବୁ  ।

Comments are closed.