Latest Odisha News

BREAKING NEWS

କେଶ ଓ ଚର୍ମ ପାଇଁ ଲାଭଦାୟକ କଲରା …

ସାଧାରଣତଃ କଲରା ଖାଇବାକୁ କେହି ପସନ୍ଦ କରିନଥାନ୍ତି  । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି ।କାରଣ କଲରାର ସ୍ୱାଦ ପିତା ଲାଗିଥାଏ ।  କିନ୍ତୁ କଲରାରେ ରହିଛି ଅନେକ ଫାଇଦା… କଲରା କେଶ ଚର୍ମ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା …

ଚର୍ମ ସଂକ୍ରମଣରୁ ବଞ୍ଚାଇ ଥାଏ କଲରା..

ପ୍ରତିଦିନ କଲରା ଖାଇବା ଦ୍ୱାରା ଚର୍ମ ସଂକ୍ରମଣରୁ ରକ୍ଷା ପାଇଥାଏ । ଏହା ଏକ୍‌ଜିମା ଓ ସୋରିଆସିସ ଭଳି ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ ।

କେଶ ଝଡିବାରୁ ରୋକିଥାଏ କଲରା..

କଲରାରେ ଭିଟାମିନ ସି ଥିବାରୁ ଏହା ଫ୍ରି ରାଡିକଲସ ସହ ଲଢ଼ିବାକୁ କ୍ଷମତା ରଖିଥାଏ ତେଣୁ ଏହା ଆପଣଙ୍କ କେଶ ଝଡିବାକୁ ମଧ୍ୟ ରୋକିଥାଏ । ଏଥିପାଇଁ କଲରା ପେଷ୍ଟକୁ ବାଳ ମୂଳରେ ଲଗାନ୍ତୁ ଓ ପୁଣି କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ମୂଳ ସଫା ହେବା ସହ ବ୍ଲଡ ସର୍କୁଲେସନ ମଧ୍ୟ ବଢ଼ିବ । ଏହାଦ୍ୱାରା କେଶ ଝଡିବା ବନ୍ଦ ହେବା ସହ କେଶର ଗ୍ରୋଥ ମଧ୍ୟ ହୋଇଥାଏ ।

ରୁପୀ ଭଲ କରିବାରେ ସାହାଯ୍ୟ କରେ କଲରା …

ଯଦି ଆପଣ ରୁପି ବା ଡାଣ୍ଡ୍ରୁପ ଯୋଗୁ ଅସୁବିଧା ଭୋଗୁଛନ୍ତି, ତେବେ ଆପଣ କଲରା ଜୁସ୍‌କୁ ଆପଣଙ୍କ କେଶ ମୂଳେ ଲଗାନ୍ତୁ । ଅଧା ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ଖୁବ୍‌ ଶୀଘ୍ର ଆପଣଙ୍କ ରୁପୀ ଭଲ ହୋଇଯିବ । ଆପଣଙ୍କ ବାଳ ଚମକିବ  ।

Comments are closed.