Latest Odisha News

BREAKING NEWS

ମାସିକ ଦରମା ବୃଦ୍ଧି ପାଇଁ ଦାବି କଲେ ବିଦ୍ୟୁତ କର୍ମଚାରୀ ସଂଘ

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ନୂଆପୋଲ କଲ୍ୟାଣ ମଣ୍ଡପ ପରିସରରେ ଆଜି ମା’ ଶାରଳା ଇଲେକ୍ଟ୍ରିକାଲ ଏମ୍ପ୍ଲଇଜ ୟୁନିୟନର ପ୍ରଥମ ଅଧିବେଶନ ଭ୍ରମରବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି। ସଭାରେ ଓଡ଼ିଶା ରାଜ୍ୟ କର୍ମଚାରୀ ସଂଘର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡା, ଓଡ଼ିଶା ରାଜ୍ୟ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସତ୍ୟବାଦୀ ବାଘ୍, ଅତିରିକ୍ତ ସାଧାରଣ ସମ୍ପାଦକ ଶମ୍ଭୁନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପରେ  ବିଦ୍ୟୁତ୍ କର୍ମଚାରୀମାନଙ୍କ ସହ କଥା ହେବା ସହ ସମସ୍ତ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ସଭାରେ କର୍ମଚାରୀମାନଙ୍କ ମାସିକ ଦରମା ୨୫ ହଜାର ଟଙ୍କା, ୟାର୍ଡ୍ ଷ୍ଟିକ୍ ଲାଗୁକରିବା,ସ୍ନାତକ ପାଶ କରିଥିବା କର୍ମଚାରୀ ମାନଙ୍କୁ PF ଏବଂ ଦରମା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବା, କର୍ମଚାରୀ ମାନଙ୍କୁ ଘରଭଡ଼ା ପ୍ରଦାନ କରିବା ଆଦି  ଏହି ପରି ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପରେ ଆଲୋଚନା କରାଯାଇଥିଲା।
ଏହି ଆଲୋଚନାନାରେ ମା ଶାରଳା ଇଲେକ୍ଟ୍ରିକାଲ ଏମ୍ପ୍ଲାଇଜ ଉନୀୟନର ସଭାପତି ଅଜୟ କୁମାର ସ୍ବାଇଁ, ଆଇନଜୀବୀ ଦୋଳଗୋବିନ୍ଦ ଦାସ, କାର୍ଯ୍ୟକାରୀ ସଭାପତି ରାଜୀବ ଲୋଚନ ମହାରଣା ,ନିହାର ରଞ୍ଜନ ସ୍ୱାଇଁଙ୍କ ସହିତ ବିଦ୍ୟୁତ କର୍ମଚାରୀମାନେ ଯୋଗ ଦେଇଥିଲେ ।
Leave A Reply

Your email address will not be published.