Latest Odisha News

BREAKING NEWS

ଟିକା ନେଲେ ବି ସଂକ୍ରମଣ ହେବାର ରହିଛି ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ତୃତୀୟ ଲହର । ଆଗକୁ ତୃତୀୟ ଏହର ଆସୁଥିବାରୁ ଟିକାକରଣକୁ ବ୍ୟପକ କରିବାକୁ ଗୁରୁତ୍ବ ଦିଆଯାଇଛି । ବଡ଼ କଥା ହେଲେ ମହାମାରୀ ବିରୋଧରେ ଶତ ପ୍ରତିାକ କାମ କରୁନି ଟିକାକରଣ । ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣ ହେବାର ରହିଛି ଆଶଙ୍କା । କିନ୍ତୁ ସର୍ଭେ କହୁଛି, ଏହି ସଂଖ୍ୟା ବହୁତ କମ । ଟିକା ନେବାପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ କିଛି ରୋଗୀ ଗୁରୁତର ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

BjdElectrycity

ଗୁରୁତ୍ବପୂର୍ଣ୍ଣ କଥା ଯେ, ଟିକା ନେବା ପରେ ବି ମାନିବାକୁ ପଡ଼ିବ କୋଭିଡ ନିୟମ । ଏବେ ଦ୍ଵିତୀୟ ଲହର ସରିନି, ଆଗକୁ ତୃତୀୟ ଲହର ଆସୁଛି । ସେହିପରି ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କେଉଁ କ୍ଲାସ ଖୋଲିବେ, କେଉଁ ଉପଯୁକ୍ତ ପ୍ରୋଟୋକଲ ନେଇ କାମ କରିବେ, ସେଥିଲାଗି ଗାଇଡଲାଇନ କରାଯାଇଛି । ସେହିପରି ଶିଶୁଙ୍କ ଟିକାକରଣ ଲାଗି ଗବେଷଣା ଚାଲିଛି । ଯେ ପର୍ଯ୍ୟନ୍ତ ଟେକ୍ନିକାଲ ଅନୁମତି ନ ମିଳିଛି, ସେପର୍ଯ୍ୟନ୍ତ ଶିଶୁଙ୍କ ଟିକାକରଣ କରିହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହାସହ ଯଦି ସଂକ୍ରମଣ ବଢ଼ିବ, ସରକାରଙ୍କ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.