Latest Odisha News

ଖୋର୍ଦ୍ଧା ଜିଲ୍ଲାରେ ସୋମବାରରୁ ଖୋଲିବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ସୋମବାର ଠାରୁ ଖୋଲିବ ଧାର୍ମିକ ଅନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିବେ । ତେବେ ଏହି ନିଷ୍ପତ୍ତିରୁ ଭୁବନେଶ୍ବର ମହାନଗର ଅଞ୍ଚଳକୁ ବାଦ ଦିଆଯାଇଛି ।

ନୂଆ ନିଷ୍ପତ୍ତି ଅନୁସାରେ, ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଦିଆଯାଇଛି ଅନୁମତି । ସଂଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନରେ ଚାଲିବ ନୀତିକାନ୍ତି । ରାତି ୮ଟା ପରେ ନାଇଟ କର୍ଫ୍ୟୁ ଜାରି କରାଯିବ । ତେବେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ନେବ ନିଷ୍ପତ୍ତି । ସେହିପରି ବିଏମସି ଅଧୀନରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ବିଏମସି କମିଶନର ଓ କମିଶନରେଟ ପୋଲିସ ନେବେ ନିଷ୍ପତ୍ତି । ତେବେ ଭୁବନେଶ୍ବରରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଆସନ୍ତାକାଲି ବୈଠକ ବସିବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ ।

Leave A Reply

Your email address will not be published.